ଲକ୍ଷ୍ମୀ ବସଷ୍ଟାଣ୍ଡ ଗେଟ୍ ସହ ଛାତ ଘର ଭାଙ୍ଗିଲେ ହାତୀ ପଲ।

କେନ୍ଦୁଝର ;ତା-୧୮/୦୫(ବିଏମସି ଟିଭି ଓଡ଼ିଆ)

ଏବେ ପାଟଣା ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି। କାଲି ରାତି ଏକ ୨୪ଟିକିଆ ହାତୀ ପଲ ପାଟଣା ବଜାରରେ ପଶି ଉତ୍ପାତ କରିଛନ୍ତି। ବିଳମ୍ବିତ ରାତିରେ ଲୋକେ ଶୋଇଥିବା ବେଳେ ଏହି ଦଳ ଆସି ସାଧୁପଡ଼ା ଠାରେ ଥିବା ଲକ୍ଷ୍ମୀ ବସଷ୍ଟାଣ୍ଡ ଗେଟ୍ ଫାଟକ ଭାଙ୍ଗିଥିଲେ। ଏମାନେ ପ୍ରସ୍ଥାନ ଦ୍ଵାର ଭାଙ୍ଗି ମାଧପୁର, ସ୍ଵାମ,ଦହିବାହାଳି, ପୁଟୁଳିଆ ଆଦି ଅଞ୍ଚଳରେ ବୁଲି ୩ ଜଣଙ୍କ ଘର ଭାଙ୍ଗିଥିଲେ। ଘର ଭିତରକୁ ଶୁଣ୍ଢ ପୁରେଇ ଚାଉଳ ଖାଇ ଦେଇଥିଲେ। ମାଧପୁର ଗ୍ରାମର ବାଉଁଶ ରାଣୀ ମୁଣ୍ଡା,ଶ୍ୟାମା ମୁଣ୍ଡା,କ୍ଷୀରୋଦ ନାଏକ ଏବଂ ପୁଟୁଳିଆ ଗ୍ରାମର ସରସ୍ଵତୀ ମହାନ୍ତ ପୁଷ୍ପ ମହାନ୍ତ ଆଦିଙ୍କ ଘର ଭାଙ୍ଗିଥିବା ଜଣାଯାଇଛି। ଏହି ହାତୀପଲ ଉତ୍ପାତ ଲାଗି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଦଳ ମାଧପୁର ପାଖରେ ଥିବାରୁ ବନ ବିଭାଗ କର୍ମଚାରୀ ଜଗି ରହିଛନ୍ତି। ଲୋକେ ଅଯଥାରେ ହାତୀଙ୍କୁ ବିରକ୍ତ ନକରିବାକୁ ଲୋକଙ୍କୁ ବନ ବିଭାଗ ତରଫରୁ ସଚେତନ କରାଯାଇଛି। ଏହି ହାତୀ ପଲ ପାଖ ଅଙ୍ଗନବାଡ଼ି ପାଚେରୀ ସହ ଛାତ ଘର ଭାଙ୍ଗି ଥିବା ଖବର ଆସିଛି। ହାତୀ ଖାଦ୍ୟ ପାଇଁ ଏପରି ତାଣ୍ଡବ ଲୀଳା କରୁ ଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି ବନ ବିଭାଗ ସବୁଦିନିଆ ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି।

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *