ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପାଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖୋଜ।

ରାୟଗଡ଼ା ;ତା-୦୫/୦୫(ବିଏମସି ଟିଭି ଓଡ଼ିଆ)

ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଧାମୁଣିପାଙ୍ଗା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖଜ ନେଇ ବିଭାଗୀୟ ଶ୍ରମ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି। ଆଜକୁ ପ୍ରାୟ ୫ମାସ ହେବ ଆନ୍ଦ୍ରପ୍ରଦେଶ ରାଜ୍ୟ କାକିନାଡ଼ା ଜିଲ୍ଲା -ସାମଲାକଟା ଗ୍ରାମ ନିକଟସ୍ତ ଏନାମ ଗ୍ରାମକୁ ଫାଇଲ ( ପିଲର କଣ୍ଟ୍ରାକ୍ସନ ) କାର୍ଯ୍ୟ କରିବାକୁ ଠିକାଦାର  ମହେଶ ଙ୍କ ପାଖକୁ ପହଂଚିଥିଲେ। ପହଂଚିବା ପରେ ସେଠାରୁ ଉକ୍ତ ପାଞ୍ଚଜଣ ଙ୍କୁ ଅଲଗା ଅଲଗା କଣ୍ଟ୍ରାକ୍ସନ କାମ ସାଇଡ଼ କାମ କରିବାକୁ ପଠେଇଥିଲେ। ଯାହାଫଳରେ ଉଭୟ ପାଞ୍ଚ ଜଣ ଅଲଗା ଅଲଗା କାମ ସାଇଡ଼ ରେ କାମକରିବାକୁ ଯାଇଥିଲେ। ସେହି ଠିକାଦାର ଙ୍କ କହିବା ଅନୁଯାୟୀ ୩ମାସ ହେବ ୫ଜଣ ଶ୍ରମିକ ଙ୍କୁ ଅଲଗା ଅଲଗା ରଖୀ କାମ କରାଇ ଆସୁଥିଲେ। ଠିକାଦାର ଙ୍କ କହିବା ଅନୁଯାଇ, ଅଭି ହୁଇକା, ରାଜୀବଲୋଚନ ଗୁରୁ, ବାଡ଼ୁ ନାରାୟଣ, ଜଗୁ କାଡ୍ରାକା, ଙ୍କୁ ୩ ମାସର ପେମେଣ୍ଟ କରି ନିଜଗ୍ରାମକୁ ଫେରିଯିବାକୁ କହିଥିଲେ। ଉକ୍ତ ୪ ଜଣ ଯିବୁଜେ ସାର ଆମର ବୁଡ଼ାଭାଇ ଜଣକ କେଉଁଠି କାମ କରୁଛି ତାଙ୍କୁ ମଧ୍ୟ ନେଇକି ଜୁବୁଲି କହିବାରୁ ଠିକାଦାର ମୁ ତାକୁ ତାର ସାଇଟ କାମ ସରିଲେ ପେମେଣ୍ଟ କରିକି ପଠେଇବି କହିଥିଲା। ସେହିଠାରୁ ଉଭୟ ୪ଜଣ ନିଜ ଗ୍ରାମକୁ ଫେରିଥିଲେ। ସେହି ଚାରି ଜଣ ଫେରିବା ଦେଖି ସ୍ତ୍ରୀ ସିଙ୍ଗାରି ହିକକା ପଚାରି ବୁଝିଥିଲେ ଓ ଠିକାଦାର ଙ୍କୁ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରିଥିଲେ କିନ୍ତୁ ଠିକାଦାର ସଂଯୋଗରେ ଆସିନଥିଲେ। ଗାଁ ରେ ପରିବାର ଅସ୍ତବ୍ୟସ୍ତ ହୋଇଚାରି ଜଣକୁ ପଚାରିଥିଲେ । ନିଖଜ ବ୍ୟକ୍ତିଙ୍କୁ ଫେରସ୍ତ ନିମନ୍ତେ ରାୟଗଡା ବିଭାଗୀୟ ଶ୍ରମ ଅଧିକାରୀ ଙ୍କୁ ଲିଖିତ ପତ୍ରଧରି ଦ୍ୱାରସ୍ତ ହୋଇଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀ କହିବା ଅନୁଯାଇ ଉକ୍ତ ବିଷୟରେ ମୋ ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆପଣ ମାନଙ୍କୁ ଜଣେଇବି ବୋଲି ପ୍ରତିଶୃତି ଦେଇଛନ୍ତି। ସରକାର ଖଟିଖିଆ,ମୁଲିଆ, ଲେବର, ଶ୍ରମିକ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରି କଟିକଟି ଟଙ୍କା ଅଞ୍ଚଳର ବିକାଶ ନିମନ୍ତେ ଦେୟ କରୁଥିବା ବେଳେ ଅଞ୍ଚଳରେ କୌଣସି କାମ ନ ପାଇ ଶ୍ରମିକ ମାନେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି। ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନେ କିଏ ପ୍ରାଣ ହରେଇ ଶବ ହୋଇ ଫେରୁଛିତ କିଏ ନିଖଜ ହେଉଛି,ଏଥିପ୍ରତି ରାଜ୍ୟ କେନ୍ଦ୍ର ଙ୍କ ତରଫରୁ ଶ୍ରମିକ ମାନଙ୍କୁ ଓଡିଶା ପରି ରାଜ୍ୟ ରେ ବିଭିନ୍ନ ପ୍ରକାର ସରକାରୀ ବେସରକାରୀ ଅନୁଷ୍ଠାନ ଥାଇ ମଧ୍ୟ୍ୟ ରାୟଗଡା ଜିଲ୍ଲାପ୍ରଶାସନ ସ୍ଥାଇ ନିଯୁକ୍ତି ଦେଇପାରୁନି l ଯାହ ପଳରେ ଗରିବ ସାଧାରଣ ଶ୍ରମିକ ମାନେ ବାଦ୍ୟ ହୋଇ ଭାହାର ରାଜ୍ୟ ଦାଦନ ଖଟିବା ନିମନ୍ତେ ଯାଉଛନ୍ତି ଏବଂ ହଇରାଣ ହୋଇ ପ୍ରାଣ ହରାଉଛନ୍ତି ଏଥିପ୍ରତି ଜିଲ୍ଲା ରେ ଥିବା ଅଧିକାରୀ ମାନେ ଜାଣି ଶୁଣି ମଧ୍ୟ୍ୟ ନୀରବତା ରହୁଛନ୍ତି l କିଛି ଦିନ ତଳେ ବିଷମକଟକ ବ୍ଲକ ରେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇ ଥିଲେ ବହୁଜନ ସମାଜ ଜିଲ୍ଲା ସଭାପତି ଶ୍ରୀ ଜିତୁ ଯାକାସିକା ଜିଲ୍ଲା ପାଳ ଶ୍ରୀ ପାରୁଲ ପାଟୁଵାରୀ ଙ୍କୁ ଶବ ଆଣିବା ନିମନ୍ତେ ନିବେଦନ କରିଥିଲେ l ଜିଲ୍ଲା ପ୍ରଶାସନ ସହଜଗ କରିଥିବାରୁ ଶବ ଅଣାଯାଇଥିଲା l ଜିଲ୍ଲା ର କୁଣ ଅନୁକୁଣ ରେ ରହୁଥିବା ଆନ୍ତରିକ ଗରିବ ଲକ ମାନେ ନାହିଁନଥିବା ଅସୁବିଧା ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି l
ଏଣୁ ଲିଖିତ ଅଭିଯୋଗ ଦେଲା ପରେ ଜିଲ୍ଲା ଶ୍ରମଅଧିକରୀ କଣ କାର୍ଯ୍ୟଅନୁଷ୍ଠାନ ନେବେ ଦେଖିବାକୁ ବାକିରହିଲା l

ରାୟଗଡା ଜିଲ୍ଲା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *