ମୟୂରଭଞ୍ଜ ;ତା-୦୧/୦୧(ବିଏମସି ଟିଭି ଓଡ଼ିଆ)
ଚାଲିଛି ମୟୂରଭଞ୍ଜ ଜିଲ୍ଲାରେ ଅବକାରୀ ବିଭାଗର ସ୍ବତନ୍ତ୍ର ବେଆଇନ ମଦ ବିରୋଧି ଡ୍ରାଇଭ୍ । ଏହି ଡ୍ରାଇଭରେ ଗତକାଲି ରାତିରେ ମରୋଡ଼ା ଥାନା ଅନ୍ତର୍ଗତ ଗୁହାଳଡ଼ିହା ନିଟରେ ଏକ ପିକଆପ୍ ଭ୍ୟାନରେ ଚଢ଼ାଉ କରି ୫୦ଟି ବସ୍ତାରେ ଥିବା ୨୫୦୦ଲିଟର ଦେଶୀମଦ ଜବତ୍ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ।

ଜବତ ବିପୁଳ ପରିମାଣର ଏହି ବେଆଇନ ଚୋରା ଦେଶୀମଦ ମୋରଡ଼ା ବ୍ଲକ୍ ଅନ୍ତର୍ଗତ ହଳଦୀପାଳ ପଞ୍ଚାୟତ ଅଧୀନ ଭାଲୁକଚୁଆ ଗାଁରୁ ବାହାରି ବାଲେଶ୍ୱର ଯାଉଥିବା ଜଣାପଡିଛି। ଚୋରା ଚାଲାଣ ହୋଇ ପିକଅପ୍ ଭ୍ୟାନରେ ଯାଉଥିବା ଏହି ଦେଶୀମଦର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ମୟୂରଭଞ୍ଜ ଅବକାରୀ ଅଧିକ୍ଷକ। ତେବେ ବେଆଇନ ଭାବେ ଚୋରା ଦେଶୀମଦ ନେଉଥିବା ଗିରଫ ବ୍ୟକ୍ତି ଜଣକ ବାଲେଶ୍ଵର ଅରଡ଼ ବଜାରର ରମାକାନ୍ତ ଦାସ ବୋଲି ଜଣାପଡିଛି।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।