ବହୁ ଦିନର ସ୍ବପ୍ନ ଆଜି ସାକାର ହେଲା।

ନୟାଗଡ ; ତା-୧୮/୦୨(ବିଏମସି ଟିଭି ଓଡ଼ିଆ)

କନ୍ଧମାଳ ଲୋକସଭା ଅନ୍ତର୍ଗତ ଦଶପଲ୍ଲା ବିଧାନସଭାର ନେଫାରୀ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ଯାହାଦ୍ଵାରା ସ୍ଥାନୀୟ ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିଲେ।

ସୋମବାର ଦିନ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏହି ନେଫାରି ଗ୍ରାମକୁ ଯାଇଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ଠାରୁ ଏହି ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚାଲୁ କରିବା ପାଇଁ ନିବେଦନ ପତ୍ର ଗ୍ରହଣ କରିବା ସହ ଏହାକୁ ନିଶ୍ଚିତ ଭାବେ ଚାଲୁ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।

ସେହିଭଳି ଟାକେରା ପଞ୍ଚାୟତ ଅନ୍ତର୍ଗତ ବୁରୁସାହି ଗ୍ରାମ ନିକଟସ୍ଥ ୫୭ ନମ୍ୱର୍ ଜାତୀୟ ରାଜପଥ ଠାରୁ ମିଟୁକୁଲି ମଧ୍ୟ ଦେଇ ଯାଇଥିବା ନୂତନ ପିଆର୍ ରୋଡ୍ ର ଲୋକାର୍ପଣ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *