ରାଇରଙ୍ଗପୁର ; ତା-୨୦/୦୨(ବିଏମସି ଟିଭି ଓଡ଼ିଆ)
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ପୁରୁଣାପାଣି ବ୍ଲକ ର ଦାଣ୍ଡବୋଷ, ଆନନ୍ଦପୁର ଓ କଣ୍ଟାବଣୀ ରାଜସ୍ବ ଗ୍ରାମର ଲୋକେ ଦାଣ୍ଡବୋଷ ଠାରେ ଏକତ୍ରିତ ହୋଇ ଏକ ବିଶାଳ ରାଲି ବାହାରିଥିଲେ ।ଆନନ୍ଦପୁର ଗ୍ରାମରେ ୧୯୦ ମେଗାୱାଟ କ୍ଯାପ୍ଟିଭ ପାୱାର ପ୍ଲାଣ୍ଟ ସହିତ ରୁଙ୍ଗଟା ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରତିଷ୍ଠା କୁ ତ୍ରୀବ୍ର ପ୍ରତିବାଦ କରିଥିଲେ ।ଆଦିବାସୀମାନଙ୍କର ଜଳ, ଜମିନ ଓ ଅଧିକାରରୁ ବଞ୍ଚିତ କରନାହିଁ । ଯାହା ମଧ୍ଯ ସମ୍ବିଧାନର ଅନୁସୂଚୀରେ ଲିଖିତ ରହିଛି । ଏହା ପରେ ମୁର୍ମୁ ଛକ ଠାରେ ପହଞ୍ଚି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ଓ ଧୂପ ଦେଇଥିଲେ । ତଦପରେ ହଜାର ହଜାର ସଂଖ୍ଯାରେ ଗାଁ ଲୋକେ ନାନା ବିରୋଧାତ୍ମକ ନାରା ଦେଇ ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଗାଁ ଲୋକେ ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ମାଝୀ ଓ ରାଜ୍ଯ ସଭା ସାଂସଦ ମମତା ମହାନ୍ତଙ୍କୁ ତ୍ରୀବ୍ର ବିରୋଧଭାଷ କରିବା ସହିତ ସେମାନଙ୍କର କୁଶ ପୁତଳିକା ଦାହ କରିଥିଲେ । ସେମାନଙ୍କର ଦାବୀ ଗୁଡିକ ହେଲା ୧ ଆଦିବାସୀ ସମ୍ପ୍ରଦାୟମାନଙ୍କର ତୀର୍ଥସ୍ଥାନ ଅଲଚିକି ଲିପିର ସ୍ରଷ୍ଟାଙ୍କର ସମାଧିପୀଠ ସହିତ ଧାର୍ମିକ ସ୍ଥଳୀ କାପିବୁରୁ´ ର ସୁର
କ୍ଷା,୨
ଆଦିବାସୀ ବୀର ପୁରୁଷମାନଙ୍କର
ଗୁଣ୍ଡୁରିଆ ସହିଦସ୍ଥଳର ସୁରକ୍ଷା , ୩ ଆଦିବାସୀମାନଙ୍କର ଜାତି, ପରମ୍ପରା, ଭାଷା ଓ ସଂସ୍କୃତିର ସୁରକ୍ଷା ଓ ୪ ଆଦିବାସୀମାନଙ୍କର ଜାହେରଗାଳର ସୁରକ୍ଷା । ଉକ୍ତ ଚାରି ଦଫା ଦାବୀପତ୍ରକୁ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ରୁଙ୍ଗଟା କମ୍ପାନୀ ବିରୋଧରେ ଉପଜିଲ୍ଲାପାଳଙ୍କୁ ବୁଝାଇ କହିଥିଲେ ଯେ ଏହି ରୁଙ୍ଗଟା କମ୍ପାନୀ ଦ୍ବାରା ଗାଁ ର ପରିବେଶ ଦୂଷିତ ହେବା ସହିତ ଗାଁ ଲୋକମାନଙ୍କର ବୀର ପୁରୁଷ, ବୀରଭୂମି, ଜାତି, ପରମ୍ପରା, ସଂସ୍କୃତି, ଭାଷା ଓ ସାହିତ୍ଯର ସୁରକ୍ଷା ଦିଆଯାଉ ବୋଲି ଗୁହାରୀ ଜଣାଇଥିଲେ । ଉପଜିଲ୍ଲାପାଳ ଏହାର ସୁଚିନ୍ତିତ ବିଚାରକୁ ନେଇ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଉତ୍ତେଜିତ ଗାଁ ଲୋକମାନଙ୍କୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଜଣାଇବା ପରେ ଉତ୍ତେଜନା ଶାନ୍ତ ହୋଇଥିଲା ।
ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।