ବୌଦ୍ଧ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ, ଯୋଗଦେଲେ ବୌଦ୍ଧ ଓ କଣ୍ଟାମାଳ ବିଧାୟକ।

ବୌଦ୍ଧ ;ତା-୨୦/୦୫(ବିଏମସି ଟିଭି ଓଡ଼ିଆ)

ବୌଦ୍ଧ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଡ଼ିଓ ଯୁଧିଷ୍ଠିର ମେହେର ସମସ୍ତଙ୍କୁ ସ୍ବାଗତ କରିବା ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ । ବୈଠକ ରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ଗୁଡିକ ଉପରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା ।ପରେ ପରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଉନ୍ନୟନ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ବ୍ଲକ୍ ଉପାଧ୍ୟକ୍ଷlଙ୍କ ସମେତ ବ୍ଲକ୍ ଅନ୍ତର୍ଗତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *