ନବଗଠିତ ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍‌ର ବୈଠକ ଅନୁଷ୍ଠିତ।

ସମ୍ବଲପୁର ;ତା-୧୦/୦୨(ବିଏମସି ଟିଭି ଓଡିଆ)

ହୀରାକୁଦର ଲରପଙ୍କ ସ୍ଥିତ ମାଷ୍ଟର ପଡ଼ା ଖେଳପଡିଆ ଠାରେ ନବଗଠିତ ଲରପଙ୍କ ଆଥଲେଟିକ୍ସ ଆସୋସିଏସନ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅବସରରେ ହିଣ୍ଡାଲକୋ ସ୍ମେଲ୍ଟର୍‌ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ବିଶ୍ୱାସ ସିନ୍ଧେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ହିଣ୍ଡାଲକୋ ସ୍ମେଲ୍ଟର ଓ ଲରପଙ୍କ ଆଥଲେଟିକ୍ସ ଦ୍ଵାରା ଲରପଙ୍କ କ୍ରିକେଟ କ୍ଲବ ପାଇଁ ନିର୍ମିତ କ୍ରିକେଟ ପିଚ୍‌କୁ ଉଦ୍‌ଘାଟନ କରିଥିଲେ ।

ହିଣ୍ଡାଲକୋର ଅଧିକାରୀ ଆନନ୍ଦ ଚକ୍ରବର୍ତ୍ତୀ ଓ ସରୋଜ ଆଚାର୍ଯ୍ୟ ଉପସ୍ଥିତ ଥିଲେ।କ୍ରୀଡାର ବିକାଶରେ ହିଁ ଯୁବ ସମାଜର ବିକାଶ ନିହିତ ବୋଲି ଶ୍ରୀ ସିନ୍ଧେ କହିଥିଲେ। ସମ୍ମାନିତ ଅତିଥି ଭାବରେ ଗୋଲକ ବିହାରୀ ମିଶ୍ର ଯୋଗଦାନ କରି ଥିଲେ। ସୁରେନ୍ଦ୍ର ଚୌବେ , ରାଜେନ୍ଦ୍ର ଚୌବେ, ନିରଞ୍ଜନ ସାହୁ, ଭୀମସେନ ଆଇନ୍ଦ୍, ବବନ୍ ସିଂହ, ମହେଶ୍ୱର ବର୍ଗେ, ଶାନ୍ତନୁ ଚୌବେ , ପ୍ରଣୟ ଦାଶ, କୈଳାଶ ବଗାର, ଜଗନ୍ନାଥ ଓରାମ ଓ ଲରପଙ୍କ କ୍ରିକେଟ କ୍ଲବ ର ସଦସ୍ୟ ଗଣ ଉପସ୍ଥିତ ଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *