ଗଞ୍ଜାମ ; ତା-୨୪/୦୧(ବିଏମସି ଟିଭି ଓଡ଼ିଆ)
ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଘ AIOCDର ଗୋଲ୍ଡେନ ଯୁବୁଲି ଓ ଜାତୀୟ ସଭାପତି ଜଗନ୍ନାଥ୍ ସିନ୍ଦେ ଜି ଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ UCDAର ଆହ୍ଵାନ କ୍ରମେ ଗଂଜାମ ଔଷଧ ବ୍ୟବସାୟୀ ସଂଘ GPCDA ତରଫରୁ ଶୁକ୍ରବାର ସକାଳ ୯ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରେମ ନଗର ମୁଖ୍ୟ ରାସ୍ତା ପାର୍ଷ ରୋଟାରୀ ହଲ ଠାରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

GPCDA ସମ୍ପାଦକ ତଥା UCDA ସଭାପତି ପି ସତ୍ୟନାରାୟଣଙ୍କ ପ୍ରତ୍ୟକ୍ଷ ତତ୍ଵIବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ GPCDA ଉପଦେଷ୍ଟା ତଥା AIOCD ଯୁଗ୍ମ ସମ୍ପାଦକ ଭି ଜଗନ୍ନାଥ ରାଓ ଓ GPCDA ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡା ଶୁଭ ଉଦଘାଟନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କର୍ମକର୍ତ୍ତା ପ୍ରଦୀପ ପଣ୍ଡା, ମନୁ ସେନାପତି, ବଲ୍ଲଭ ପାଣିଗ୍ରାହୀ, ଇପାରି କ୍ରିଷ୍ଣା ପ୍ରସାଦ ରାଓ, ସତ୍ୟକାମ ପାତ୍ର, ଭି ଚନ୍ଦ୍ରଶେଖର, ଜିତେନ୍, ସୁଜିତ୍ ଭୂୟାଁ, କେଦାରନାଥ ଜେନା

ସିମlଞ୍ଚଳ ପାଣିଗ୍ରାହୀ, ଅବନୀ ସାହୁ, ଆନନ୍ଦ ରାଓ, ଗିରିଶ ପ୍ରଧାନ, ଧର୍ମା ରାଓ, ଲକ୍ଷ୍ମୀ ପାତ୍ର, ନାଗେଶ୍ଵର ପୃଷ୍ଟିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ଆଜି ଭାରତର ସମସ୍ତ ଔଷଧ ବ୍ୟବସାୟୀ ସଂଘ ଓ ଓଡ଼ିଶାର ସମସ୍ତ ଔଷଧ ବ୍ୟବସାୟୀ ସଂଘ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥି ଦ୍ଵାରା ଭାରତ ବର୍ଷରେ ଗିନିଜ୍ ବୁକ୍ ଅଫ୍ ୱlର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜନସାଧାରଣ ସୁବିଧାରେ ରକ୍ତ ପାଇବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।