ସମ୍ବଲପୁର ;ତା-୦୬/୦୨(ବିଏମସି ଟିଭି ଓଡିଆ)
ବୁର୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ତ୍ୟାଗ’ର ବରିଷ୍ଠ ସଦସ୍ୟ ସ୍ବର୍ଗତ ଗଗନ ବିହାରୀ ଗଡନାୟକଙ୍କ ସ୍ମୃତିରେ ‘ତ୍ୟାଗ’ ଓ ‘ଇନ୍ଦିରା କ୍ଲବ’ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସଙ୍ଗେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଙ୍କ ସ୍ମୃତିରେ ବୁର୍ଲା ହାଇସ୍କୁଲର ଶ୍ରେଷ୍ଠ ଏନସିସି ଓ ଶ୍ରେଷ୍ଠ ମେଟ୍ରିକ ଛାତ୍ରଙ୍କୁ ‘ଗଗନ ବିହାରୀ ଗଡନାୟକ’ ସ୍ମାରକୀ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏତଦ୍ ବ୍ୟତୀତ ବୁର୍ଲା ରକ୍ତ ଭଣ୍ଡାରରେ ବର୍ଷରେ ସର୍ବାଧିକ ରକ୍ତଦାନ କରିଥିବା ସ୍ୱେଚ୍ଛା ରକ୍ତଦାତାଙ୍କୁ ସ୍ମାରକୀ ପୁରସ୍କାର ଦେବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ସ୍ମାରକୀ ସମ୍ମାନ ୨୦୨୬ ରୁ ଦିଆଯିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଆର୍ଥିକ ଅନୁଦାନ ଦେବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ସଭାପତି ଦୁର୍ଗା ପାଢ଼ୀ, ଗୁଡୁ ଉପଲ, ସରୋଜ ତ୍ରିପାଠୀ, ପ୍ରଦୀପ ପଣ୍ଡା, ପ୍ରଶାନ୍ତ ମହାନ୍ତି, ଡ ସଞ୍ଜୟ ପଟ୍ଟନାୟକ, ଡ.ପରମାଣିକ, ପ୍ରଫେସର ସଂଜତ ସାହୁ , ଡ ସୁଶାନ୍ତ କର, ଲକ୍ଷ୍ମୀ ପ୍ରଧାନ, ବିରଂଚି ମହାପାତ୍ର, ଶିବ ସେଠି, ବିଯିନ୍ଦର ଶର୍ମା, ତପନ ବେହେରା, ରାଜକିଶୋର ପାଢ଼ୀ, ଅରୁଣ କୁମାର, ପ୍ରକାଶ ଶତପଥୀ, ସୁମନ୍ତ ସ୍ୱାଇଁ, ବିକି ଶର୍ମା, ପ୍ରଦୀପ ରାଉତ , କୋକନା ଶତପଥୀ , ପଙ୍କଜ ମଜୁମଦାର ଓ ବହୁ ସଭ୍ୟ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏନସିସି ସାର୍ ଓ ଶକ୍ତ ସାହସୀ ସାର୍ ରୂପରେ ପରିଚିତ ଗଡନାୟକ ସାର୍ ସମୟାନୁବର୍ତ୍ତି, ଛାତ୍ର ବତ୍ସଳ ଓ କର୍ତବ୍ୟନିଷ୍ଠ ଥିଲେ ବୋଲି ସ୍ମୃତି ଚାରଣ କରାଯାଇଥିଲା। ଦୁର୍ଗା ପାଢ଼ୀ ସ୍ମୃତି ଚାରଣ କରି ତାଙ୍କ ଶିକ୍ଷକ ଜୀବନର ବହୁ ଦିଗ ଉପରେ ଆଲୋକପାତ କରିଥିଲେ। ତାଂକ ଭଳି ଜଣେ ଛାତ୍ର ପ୍ରିୟ ଓ ଶକ୍ତ ଶିକ୍ଷକ ଆଜି ପାଇବା ଭାରି କଠିନ ବୋଲି କହିଥିଲେ। ତାଙ୍କଠାରୁ ନେତୃତ୍ୱ, ସମାଜସେବା ଓ ଶୃଙ୍ଖଳା ମୁଁ ଶିଖିଛି ବୋଲି ଦୁର୍ଗା ପାଢ଼ୀ କହିଥିଲେ। ଗଡନାୟକ ସାର୍ଙ୍କ ସମର୍ଥନ ଓ ପ୍ରେରଣା ‘ତ୍ୟାଗ’କୁ ଅଧିକ ଅନୁପ୍ରେରିତ କରିଛି । ପ୍ରକାଶଯୋଗ୍ୟ ଯେ ‘ତ୍ୟାଗ’ ତାଙ୍କୁ ୨୬ ଏପ୍ରିଲ ୨୦୨୬ରେ ‘ହେମାନନ୍ଦ ବିଶ୍ବାଳ ସ୍ମାରକୀ ସମ୍ମାନ’ ରେ ସମ୍ମାନୀତ କରିଥିଲା। ସାର୍ ସ୍ଵର୍ଗରୁ ଆମକୁ ଅଧିକ ଆଶିଷ ପ୍ରଦାନ କରନ୍ତୁ ବୋଲି ସବୁ ବକ୍ତା କହିଥିଲେ । ଶେଷରେ ଲକ୍ଷ୍ମୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।