ମୟୂରଭଞ୍ଜ ;ତା-୧୯/୦୨(ବିଏମସି ଟିଭି ଓଡ଼ିଆ)
ଅନ୍ଧ ବିଶ୍ବାସର କରୁଣ ପରିଣତି। ପୁଣି ସାମ୍ନାକୁ ଆସିଲା ଡାହାଣୀ ସନ୍ଦେହରେ ହତ୍ୟା ଘଟଣା। ଏଭଳି ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡ଼ା ଗ୍ରାମର ଡୁଙ୍ଗୁରିସାହିରେ। ଗ୍ରାମର ଦମ୍ପତି ୭୦ ବର୍ଷିୟ ଦେବେନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ ଚମ୍ପା ନାଏକଙ୍କୁ ଗ୍ରାମର ୨୩ ବର୍ଷିୟ ଯୁବକ ଅଜୟ ନାଏକ କୁରାଢ଼ୀରେ ଅତି ନିର୍ମମ ଏବଂ ନୃଶଂସ ଭାବରେ ହତ୍ୟା କରିଛି। ଏହି ଅଭାବନୀୟ ଘଟଣାରୁ ମୃତକଙ୍କ ପୁତ୍ରବଧୂ ସୁମିତ୍ରା ନାଏକ ଓ ଅଢେଇ ବର୍ଷର ନାତୁଣୀ ମେଘନା ନାଏକ ଅଳ୍ପକେ ରକ୍ଷାପାଇ ଯାଇଛନ୍ତି। ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୮ଟାରେ ଦେବେନ୍ଦ୍ର ନିଜଘର ଅଗଣାରେ ଥିବା ବିଲାତି କ୍ଷେତରେ ପାଣି ଦେଉଥିବା ବେଳେ ଅଜୟ ଆସି କଥା ହୋଇଥିଲା। କିଛି ସମୟ ପରେ ଅଜୟ କୁରାଢ଼ୀରେ ଦେବେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲା। ପରେ ଦେବେନ୍ଦ୍ରଙ୍କ ବାସଗୃହ ମଧ୍ୟରେ ପଶି ଚମ୍ପାଙ୍କ ମୁଣ୍ଡ ଉପରେ କୁରାଢ଼ୀ ଚୋଟ ମାରିଥିଲା। ଚମ୍ପା ସହିତ ଶୋଇଥିବା ତାଙ୍କର ପୁତ୍ରବଧୂ ସୁମିତ୍ରା ନିଜ ଆଖି ଆଗରେ ଘଟଣା ଦେଖି ଭୟରେ ନିଜ ଅଢେଇ ବର୍ଷର ଶିଶୁକନ୍ୟାକୁ ଛାଡ଼ି ବାହାରକୁ ଦୌଡ଼ି ପଳେଇ ଯାଇଥିଲେ। ଘଟଣାର କିଛି ଘଣ୍ଟା ପରେ ଆସି ସୁମିତ୍ରା ନିଜ ଶିଶୁକନ୍ୟାକୁ ନେଇଯିବା ସହିତ ନିକଟସ୍ଥ ଏକ ଗ୍ରାମରେ ରାତି ତମାମ ଲୁଚି ରହିଥିଲେ। ଆଜି ସକାଳେ ସୁମିତ୍ରା ନିଜ ଘରକୁ ଆସି ଏନେଇ ଅନ୍ୟ ଏକ ଗ୍ରାମରେ ରହୁଥିବା ନିଜର ଦିଅର ରାବେନ୍ଦ୍ର ନାଏକଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବରପାଇ ରାବେନ୍ଦ୍ର ଘରକୁ ପହଞ୍ଚି ଘଟଣା ସମ୍ପର୍କରେ ବିଶୋଇ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦେବେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଚମ୍ପାଙ୍କ ଗୁଣି ଗାରେଡି ବିଦ୍ୟା ପ୍ରଭାବରେ ଅଭିଯୁକ୍ତ ଅଜୟଙ୍କ ଶିଶୁପୁତ୍ର ଓ ବାପା ସୁରେନ୍ଦ୍ରଙ୍କୁ ବାରମ୍ବାର ଦେହ ଖରାପ ହଉଥିବାର ସନ୍ଦେହ କରି ଆସୁଥିଲା। ତେଣୁ ଏହି ଦମ୍ପତିଙ୍କୁ ଡାହାଣୀ ସନ୍ଦେହ କରୁଥିଲା ହତ୍ୟାକାରୀ। ସନ୍ଦେହ ତଥା ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଉଭୟ ଦମ୍ପତିଙ୍କୁ ଅଜୟ ଏହିପରି ଉନ୍ମତ୍ତ କାଣ୍ଡ ଘଟାଇଛି ବୋଲି ମୃତ ଦମ୍ପତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଏଡିସନାଲ ଏସପି ଯଦୁନାଥ ଜେନା, ଏସ ଡ଼ି ପି ଓ ଗୋକୁଳାନନ୍ଦ ସାହୁ, ବାରିପଦା ସାଇଣ୍ଟିଫିକ ଟିମ୍ ଏବଂ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସହିତ ପୋଲିସ ଟିମ୍ ପହଞ୍ଚି ହତ୍ୟାରେ ବ୍ୟବହୃତ କୁରାଢ଼ୀ ଜବତ କରିଛନ୍ତି। ସେହିପରି ଫେରାର ଅଭିଯୁକ୍ତ ଅଜୟ ନାଏକକୁ ଗିରଫ କରି ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି ବିଶୋଇ ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି।
ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।