ଢେଙ୍କାନାଳ ;ତା-୨୮/୦୩(ବିଏମସି ଟିଭି ଓଡ଼ିଆ)
ସମଗ୍ର ଓଡ଼ିଶା ସେବା ଅଭିଯାନ ର କଡଲା ପଞ୍ଚାୟତ ମୁଖ୍ୟ ସାମାଜିକ କର୍ମୀ ସନ୍ତୋଷ ନାଏକ ଙ୍କ ସୂଚନା କ୍ରମେ ଗତକାଲି ତା୨୭/୦୩/୨୦୨୫ରିଖ ଗୁରୁ ବାର ସଂନ୍ଧ୍ୟା ୭ ଘଟିକା ସମୟ ରେ ଢେଙ୍କାନାଳ ଜିଲ୍ଲା,ଵାଲିମି ଥାନା ଅର୍ନ୍ତଗତ କଡଲା ଗ୍ରାମ ର ଅଧିବାସୀ ବିକାଶ ଗୋଛୟତ ଜଣେ ଦିନ ମଜୁରୀଆ ହୋଇଥିବା ବେଳେ ତାଙ୍କ ର ଚାଳ ଘରେ କୌଣସି କାରଣ ରୁ ନିଆଁ ଲାଗି ଯାଇ ଥିବା ବେଳେ,ଘର ର ଆସବାବ ପତ୍ର ସହିତ,ଜରୁରୀ କାଗଜପତ୍ର ମଧ୍ୟ ପୋଡିଯାଇଛି।
ଗ୍ରାମବାସୀ ଙ୍କ ସହାୟତା ରେ ନିଆଁ କୁ ଆୟତ୍ତ କରାଯାଇ ଥିଲା।ବାଲିମି ଦମକଳ ବିଭାଗ ର କର୍ମଚାରୀ ମାନେ ମଧ୍ୟ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ।କଡଲା ଗ୍ରାମ ସରପଞ୍ଚ ଶ୍ରୀମତି ଅନୁପମା ନାଥ ନିଜର ପ୍ରତିନିଧି ପଠାଇ ନିଜର ଦାୟିତ୍ୱ ନିର୍ବାହ କରିବା ସହିତ ସମବେଦନା ଜ୍ଞାପନ ପୂର୍ବକ ସାନ୍ତ୍ଵନା ପ୍ରଦାନ କରିଥିଲେ। ଗ୍ରାମବାସୀ ମାନେ ସରକାରୀ ସହାୟତା ପାଇଁ ଦାବି ରଖିବା ସହିତ, ସମାଜସେବୀ ସନ୍ତୋଷ ନାଏକ ଆଞ୍ଚଳିକ ସ୍ତରରେ ଥିବା ସମସ୍ତ ସାମାଜିକ ଅନୁଷ୍ଠାନ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ସମସ୍ତ ସାମାଜିକ ଅନୁଷ୍ଠାନ ତଥା ସାମାଜିକ କର୍ମୀ ଗଣ ମାନଙ୍କୁ ପୀଡ଼ିତ ପରିବାର କୁ ଯତ୍ କିଞ୍ଚିତ ସାହାଯ୍ୟ ପାଇଁ ନିବେଦନ ରଖିଛନ୍ତି।

ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।