ସମ୍ବଲପୁର :୨୭/୦୩(ବିଏମସି ଟିଭି ଓଡିଆ)
କୁଚିଣ୍ଡା ଉପଖଣ୍ଡର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅର୍ଡାବାହାଲ ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଚିଣ୍ଡା ଆଇଟିଡିଏ ର ପିଏ ହେମସାଗର ଭୋଇଙ୍କ ସଭାପତିତ୍ବରେ ପିତାମାତା ଅଂଶିଦାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କ ପିତାମାତା ଏହି ଅନୁଷ୍ଠାନର ଏକ ଅଂଶ ହୋଇ ଥିବାରୁ ଛାତ୍ରୀମାନଙ୍କୁ କୌଣସି ଚାପ ନଦେଇ ଯୁକ୍ତ ଦୁଇ ପରେ ନିଜ ଶିକ୍ଷାର ରଥକୁ ଆଗେଇ ନେବାକୁ ସହାୟତା ଦେବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ କୁଚିଣ୍ଡାର ଅବସର ପ୍ରାପ୍ତ ଏବିଇଓ ଗୌରାଙ୍ଗ କୁସୁମ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର ନିଶାନ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା, ଡ଼ବ୍ଲୁଇଓ ଆଶିଷ କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରୀ ମାନଙ୍କ ସକାଶେ ପିତାମାତାଙ୍କ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ ।ପ୍ରାରମ୍ଭରେ ଅଧ୍ୟକ୍ଷ ରଞ୍ଜନ ନାଏକ ସ୍ଵାଗତ ଭାଷଣ ଦେବା ସହ ସ୍କୁଲ ବିଗତ ଚାରିବର୍ଷ କିପରି ଶତ ପ୍ରତିଶତ ପାସ ହାର ରଖି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି ତାର ସୂଚନା ଦେଇଥିଲେ । ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସଭାପତି ଶ୍ରୀ ଭୋଇ ଅନୁସୂଚିତ ଜାତି ଓ ଜନ ଜାତି ବର୍ଗ ନିଜ ଉପରେ ଆତ୍ମବିଶ୍ୱାସ ରଖି ଆଗେଇ ଯିବାକୁ ଆହ୍ବାନ ଦେଇଥିଲେ ।ପ୍ରଥମ ଅଧିବେଶନରେ ଅଧ୍ୟାପିକା ଶୁଭଲକ୍ଷ୍ମୀ ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ । ଏହା ପରେ ଅଧ୍ୟକ୍ଷ ରଞ୍ଜନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ନାୟକ ଚାରି ଗୋଟି ବିଭାଗରେ ଛାତ୍ରୀ ଓ ଅଭିଭାବକ ଭିତରେ ହୋଇ ଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏସଏମସି ସଭ୍ୟା ଜୁଲାଇ ଲାକ୍ରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ସଭାରେ ବରିଷ୍ଠ ଅଧ୍ୟାପିକା ତୃପ୍ତି ପଟେଲ, ସୁନିମା ନାୟକ, ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ, ଉଦୟ କୁମାର ଦ୍ୱିବେଦୀ, ଶୁଭଳକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ନିଜ ନିଜ ବିଭାଗ ସମ୍ପର୍କରେ ସୂଚନା ଦେଇଥିଲେ । ଅଭିଭାବକଙ୍କ ମଧ୍ୟରୁ କୈଳାସ ଓରାମ, ସୁଭାଷିନୀ କିସାନ, ଗୋବିନ୍ଦ କୁଜୁର୍, ଛାତ୍ରୀ ବର୍ଷା ମୁଣ୍ଡା, ଛବିଶ୍ରୀ ରୋହିଦାସ, ସୁପ୍ରିୟା ଗଡନାୟକ, ଅନିତା ମିର୍ଦ୍ଧା, ପଟେଲ ମାଝୀ ପ୍ରମୁଖ ଭାଷଣ ଦେଇ ନିଜ ନିଜ ଅଭିଜ୍ଞତା ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।