ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ର।

ନୟାଗଡ ;ତା-୨୬/୦୪(ବିଏମସି ଟିଭି ଓଡ଼ିଆ)

ଏ କଣ ଶିକ୍ଷା ର ବିକାଶ? ବିକାଶ ର ଚିତ୍ର ଆଜି ବାଟବଣା। ଶିକ୍ଷା କୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ମାତ୍ର ତାହା କାଗଜ କଲମରେ ବୋଧେ ସୀମିତ। କାରଣ ୧୯୮୦ ମସିହାରୁ ଗଠିତ ହୋଇଥିବା ଗୋବିନ୍ଦପୁର ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା ଦେଖିଲେ ଜାଣିପାରିବେ। ଦୀର୍ଘ ୪୫ ବର୍ଷ ର ସ୍କୁଲ ମାତ୍ର ଏଠି ନାହିଁ ନ ଥିବା ସମସ୍ୟା। ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ନିମିତ୍ତ କୌଣସି ନିଘା ସରକାର ଙ୍କର ନାହିଁ। ଶନିବାର ଦିନ କାଳବୈଶାଖୀ ର ପ୍ରଭାବରେ ବହୁ ଦିନର ଆଜବେଷ୍ଟ ଉଡିଯାଇଛି।

ପାଞ୍ଚ ବଖରା ଘରର ଅବସ୍ଥା ଏପରି ହୋଇଛି। ଆସବାପାତ୍ର, କାଗଜପତ୍ର ସବୁ ନଷ୍ଟ ହୋଇଯାଇଛି।ଖୁଵ ଶୀଘ୍ର ମରାମତି କରାଯିବା ପାଇଁ ଅଭିଭାବକ ମତ ରଖିଛନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷା ବିଭାଗ ପିଲାଙ୍କ ପ୍ରତି କେତେ ଆନ୍ତରିକତା। ବିଦ୍ୟାଳୟ ଛୁଟି ଥିବାରୁ କୌଣସି ଦୁର୍ଘଟଣା ସିନା ହୋଇନାହିଁ ତେବେ ଯଦି ବିଦ୍ୟାଳୟ ର ପାଠପଢା ସମୟରେ ଏପରି ହୋଇଥାନ୍ତା ଆଉ କିଛି ଅଘଟଣ ଘଟିଥାନ୍ତା ଏଥିପାଇଁ ଦାୟୀ କିଏ ରହିଥାନ୍ତେ ଶିକ୍ଷା ବିଭାଗ ନା ଅଭିଭାବକ ନା ଶିକ୍ଷକ ଶିକ୍ଷୟତ୍ରୀ ନା ସରକାର। ଏପରି ଆଲୋଚନା ଜନସାଧାରଣ ରେ ଚାଲିଛି। ତେବେ ଏ କଣ ବିକାଶ? ଏ ଅବସ୍ଥାରେ ପିଲାମାନଙ୍କ ଭାଗ୍ୟ ଓ ଭବିଷ୍ୟତ କଣ ହେବ ତାହା କେବଳ ଭଗବାନ ପାଖରେ ଉତ୍ତର।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *