ଜିଲାସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ, ନୟାଗଡ଼ ପେକ୍ସ-୨୦୨୫ ଅନୁଷ୍ଠିତ ନେଇ ଏକ ସାମ୍ବାଦିକ ସମ୍ମିଳନୀ।

ନୟାଗଡ଼ ; ତା-୧୧/୧୨ (ବିଏମସି ଟିଭି ଓଡିଆ )

ସୂଚନା ଅନୁସାରେ ଭାରତୀୟ ଡାକ ବିଭାଗ ନୟାଗଡ଼ ଡାକ ମଣ୍ଡଳ ପକ୍ଷରୁ ପ୍ରଥମ ଜିଲ୍ଲା ସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ଆସନ୍ତା ଜାନୁଆରୀ ୮ ଏବଂ ୯ ତାରିଖ ୨୦୨୫ ରେ ଅନୁଷ୍ଠିତ ହେବାକୁ ଯାଉଛି। ନୟାଗଡ଼ କଲେଜ ର ଡାଇମଣ୍ଡ ଜୁବୁଲି ଅଡିଟରିଅମ ରେ ହେବାକୁ ଯାଉଥିବା ପ୍ରଦର୍ଶନୀ ର ନାମ, ପ୍ରତୀକ, ଚିହ୍ନ ଓ ନିୟମାବଳୀ, ପୁସ୍ତିକା ଆଜି ଲୋକାର୍ପଣ ହୋଇଥିବା ବେଳେ ପ୍ରଦର୍ଶନୀ ର ନାମ” ନୟାଗଡ଼ ପେକ୍ସ -୨୦୨୫ ରଖାଯାଇଛି।

ତେଣୁ ମୁଖ୍ୟ ଡାକଘର ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ନୟାଗଡ଼ ଡାକ ମଣ୍ଡଳର ଡାକ ଅଧିକ୍ଷକ ଖଗେଶ୍ୱର ମଲ୍ଲିକ, ଡାକ ଟିକେଟ ସଂଗ୍ରାହକ  ଅଜିତ କୁମାର ରାଉତ, ଡାକ ମଣ୍ଡଳ ର ସହ ଅଧିକ୍ଷକ ସପନ କୁମାର ପାଣିଗ୍ରାହୀ  ଓ ନୟାଗଡ଼ ଡାକଘରର ପୋଷ୍ଟ ମାଷ୍ଟର  ପ୍ରମୋଦ କୁମାର ସେଠି ଯୋଗ ଦେଇ ଏହି ପ୍ରଦର୍ଶନୀ ପ୍ରଥମଥର ପାଇଁ ଭାରତୀୟ ଡାକ ବିଭାଗ ନୟାଗଡ଼ ରେ ଆୟୋଜନ ହେଉଛି ।

ପ୍ରଦର୍ଶନୀ ରେ ୧୦୦ ରୁ ଅଧିକ ଫ୍ରେମରେ ଦେଶ ବିଦେଶର ଅନେକ ବିରଳ ଟିକେଟ ଓ ଡାକ ଉପକରଣ, ଜିଲ୍ଲା ତଥା ରାଜ୍ୟ ସଂଗ୍ରାହକ ଦ୍ୱାରା ପ୍ରଦର୍ଶିତ ହେବ। ଭାରତୀୟ ଡାକ ବିଭାଗ ପକ୍ଷରୁ ପ୍ରତିବର୍ଷ ବିଭିର୍ଣ୍ଣ ଜିଲ୍ଲା ମାନଙ୍କରେ ଜିଲ୍ଲା ସ୍ତରୀୟ ଡାକ ଟିକେଟ ପ୍ରଦର୍ଶନୀ ଆୟୋଜନ ହେଉଥିବା ବେଳେ ଡାକ ଟିକେଟ ସଂଗ୍ରହ ଦ୍ୱାରା ଜ୍ଞାନ ର ବିକାଶ ହେବା ସହିତ ଯୋଗାଯୋଗର ପ୍ରଚାର ଓ ପ୍ରସାର ହୋଇ ପାରୁଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ କହିଥିବା ବେଳେ, ଡାକ ଟିକେଟ ପ୍ରଦର୍ଶନୀ ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ଓ ଲିଖନ ପ୍ରତିଯୋଗିତା, ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ନୟାଗଡ଼ ଡାକ ମଣ୍ଡଳ ର ଡାକ ଅଧିକ୍ଷକ ଖଗେଶ୍ୱର ମଲ୍ଲିକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇ କହିଛନ୍ତି।

ନୟାଗଡ଼ ରୁ ଜିଲ୍ଲା ପ୍ରତିନିଧି ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *