ବଲାଙ୍ଗୀର ;ତା-୧୧/୦୩(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅନ୍ତର୍ଗତ ଘୁନସର ଗ୍ରାମ କଲେଜ ଛକରେ ଗତ ୮ ତାରିଖ ସନ୍ଧ୍ୟା ସମୟ ରେ ବନ୍ଧୁକ ଦେଖାଇ ୯ ଭରି ସୁନା ଗହଣା ଲୁଟ ହୋଇଥିବା ସଇଁତଳା ଥାନାରେ ଅଭିଯୋଗ ହୋଇଥିଲା।ସୂଚନାନୁସାରେ, ସଇଁତଳା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମର ପାଣ୍ଡବ ପଧାନ ଓ ତାଙ୍କ ପତ୍ନୀ ଲୋଇସିଂହା ଥାନା ବନ୍ଦନାକଟା ଗାଁରେ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ସେହି ସମୟରେ ଘୁନସର କଲେଜ ଛକ ପାଖରେ ଏକ ବାଇକରେ ୩ଜଣ ଯୁବକ ଆସି କାରକୁ ଓଭରଟେକ କରି ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ଶ୍ରୀ ପଧାନ ଓ ପତ୍ନୀ ପିନ୍ଧିଥିବା ସୁନା ଅଳଙ୍କାର ବନ୍ଦୁକ୍ ମୁନରେ ଲୁଟ କରି ଫେରାର ହୋଇଯାଇଥିଲେ । ପରେ ବଲାଙ୍ଗିର ଜିଲ୍ଲା ଏସ୍ପି ଘଟଣା କୁ ଗମ୍ଭିରତା ସହ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତକାୟତମାନଙ୍କୁ ଠାବ କରିବା ନିର୍ଦ୍ଦେଶ ଦେଇ ଥିଲେ । ଏହି ଘଟଣାରେ ପାଣ୍ତବ ପ୍ରଧାନ ଙ୍କ ଡ୍ରାଇଭରକୁ ସନ୍ଦେହ କରି ପଚରା ଉଚରା କରିବା ସହିତ ତାର ମୋବାଇଲ ଯାଞ୍ଚ କରିବାରୁ ସତ କଥା ଜଣାପଡ଼ିଥିଲା। ଏବଂ ଘଟଣାରେ ଡ୍ରାଇଭର ସହିତ ଅନ୍ୟ ୪ ଜଣ ଯୁବକ ଙ୍କୁ ପୋଲିସ ଗିରଫ କରି ମାମଲା ସଂଖ୍ୟା କେସ ସଂଖ୍ୟା ୯୨ ଅନୁଯାୟୀ ଆର୍ମସ୍ ଆକ୍ଟ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।