ନୟାଗଡ ; ତା-୧୦/୦୨(ବିଏମସି ଟିଭି ଓଡ଼ିଆ)
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଶନ ଶକ୍ତି ଗୃହରେ ସୋମବାର ଦିନ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ କର୍ଣ୍ଣ ଦେବ ସମଦାର,ପିଡି ଲଗ୍ନଜିତ ରାଉତ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା,ଏଡିଏମ୍ ରୋଜିନା ଦାଶ, ସିଡିଏମଓ ଡକ୍ଟର ସୁଶାନ୍ତ କୁମାର ଦାଶ,

ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଏ ବିଡ଼ିଓ ସାରଦା ପ୍ରସନ୍ନ ମହାନ୍ତି, ଉପସ୍ଥିତରେ ଜଣ ଶୁଣାଣି ହୋଇଥିଲା । ତତ ସହିତ ଦଶପଲ୍ଲା ଥାନା ଅଧିକାରୀ ଅନିତା ସାହୁ, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନ୍ଦୀପ ସ୍ୱାଇଁ, ବନବିଭାଗ ଅଧିକାରୀ ସୁଦର୍ଶନ ଦେହୁରି ଙ୍କ ସମେତ ଅନ୍ୟ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଆଜି ମୋଟ ୮୫ ଟି ଦରଖାସ୍ତ ହୋଇଥିବା ବେଳେ ୭୭ଟି ବ୍ୟକ୍ତିଗତ, ୫ଟି ଗ୍ରାମସମ୍ବଧିୟ , ୩ଟି ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି,ହୋଇଥିବାବେଳେ ୯ଟି ଦରଖାସ୍ତ ର ସମାଧାନ ହୋଇଥିଲା। ମାତ୍ର ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ଅବ୍ୟବ୍ୟସ୍ଥା ହୋଇଥିଲା। ଅବ୍ୟବସ୍ଥା ହେଇଥିବାରୁ ଅଭିଯୋଗକାରୀ ମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।