ଉପଖଣ୍ଡ କଂଗ୍ରେସ କର୍ମୀମାନଙ୍କର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ।

ରାଇରଙ୍ଗପୁର  ; ତା-୦୪/୦୨(ବିଏମସି ଟିଭି ଓଡ଼ିଆ)

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ କଂଗ୍ରେସ କର୍ମୀ ବସନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଦଳକୁ କିପରି ଅଧିକ ମଜବୁତ ଓ ଶକ୍ତିଶାଳୀ କରାଯାଇପାରିବେ ଉପସ୍ଥିତ ପୁରୁଖା କଂଗ୍ରେସ ସଦସ୍ଯଗଣ ମନ୍ତବ୍ଯ ପ୍ରକାଶ କରିଥିଲେ ।ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଦଳକୁ ସଜାଡିବାକୁ ପଡିବ । ସମସ୍ତ ପଞ୍ଚାୟତ ଯାଇ ଲୋକମାନଙ୍କୁ ଏକଜୁଟ କରିବାର ସମୟ ଆସିଛି । ଦଳକୁ ଅଧିକ ଉଚ୍ଚାଭିମୁଖି କରିବା ପାଇଁ ସମସ୍ତେ ଶପଥ ନେଇଥିଲେ । ଉକ୍ତ ସମାବେଶରେ ଉପଖଣ୍ଡର ସମସ୍ତ ବ୍ଲକର କଂଗ୍ରେସକର୍ମୀ ଯୋଗ ଦେଇ କାର୍ଯ୍ଯକ୍ରମକୁ ସଫଳ କରିଥିଲେ ।ପରିଶେଷରେ ବରିଷ୍ଠ କଂଗ୍ରେସ କର୍ମୀଙ୍କ ଅନୁଚିନ୍ତାକୁ ଉପସ୍ଥିତ  କର୍ମୀମାନେ ହୃଦୟଙ୍ଗମ କରି ଦଳକୁ ମଜବୁତ ଓ ଶକ୍ତିଶାଳୀ କରିବେ ବୋଲି ମତ ପ୍ରକାଶ କରିଥିଲେ ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *