ଦଶପଲ୍ଲା ବ୍ଲକ ଗୋଡ଼ିବିଡା ଗ୍ରାମରେ ଏକ ଅଭାବନୀୟ ଘଟିଛି ଘଟଣା।

ନୟାଗଡ ;ତା-୨୮/୦୪(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଡ଼ିବିଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗୋଡ଼ିବିଡ଼ା ଗ୍ରାମର ୩ ନାବାଳକ ଗ୍ରାମରେ ଥିବା ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ିଯାଇଥିଲେ।ଖବର ପାଇ ପରିବାର ଲୋକ ଓ ସେହି ଗ୍ରାମର ଲୋକ ବହୁତ ଖୋଜା ଖୋଜି କରିବା ପରେ ପାଣିରୁ ୩ଜଣ ନାବାଳକ ଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ୩ ଜଣ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଦଶପଲ୍ଲା ଥାନା ଅଧିକାରିଣୀ ଅନିତା ସାହୁ ଏବଂ ପୋଲିସ ୩ ନାବାଳକ ଙ୍କ ମୃତ ଶରୀରକୁ ଜବତ କରିଥିଲେ । ସୂଚନା ଅନୁସାରେ ଗୋଡ଼ିବିଡ଼ା ଗ୍ରାମର ବିଜୟ ନାୟକଙ୍କ ପୁଅ ଉମାକାନ୍ତ ନାୟକ ୧୦ବର୍ଷ, ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଦୀପ ପ୍ରଧାନ ଙ୍କ ପୁଅ ରିତେଶ ପ୍ରଧାନ ୧୧ବର୍ଷ ଏବଂ ଓଡ଼ଗାଁ ଥାନା ଅନ୍ତର୍ଗତ ପୋଡ଼ାସାହି ଗ୍ରାମର କାଳୁ ଚରଣ ଖିଲାର ଙ୍କ ପୁଅ ଶୁଭ ଖିଲାର ୧୨ବର୍ଷ ବୋଲି ଜଣାପଡିଛି।ରିତେଶ ଓ ଶୁଭମଙ୍କ ପରିବାର ଲୋକଙ୍କ ସହିତ ଗୋଡ଼ିବିଡ଼ା ଗ୍ରାମର ବିଜୟ ନାୟକଙ୍କ ଘରକୁ ବିବାହ ଉତ୍ସବରେ ଯୋଗଦେବାପାଇଁ ଆସିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *