ଗଜପତି ;ତା-୦୩/୦୨(ବିଏମସି ଟିଭି ଓଡ଼ିଆ)
ଗଜପତି ଜିଲ୍ଲାର ଆର .ଉଦୟଗିରି ବ୍ଲକ ଅଧିନସ୍ଥ ରାମଗିରି ନୂତନ ପ୍ରଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକତଟସ୍ଥ ତିନି ଗୋଟି ବ୍ଲକ ର ୧୭ ଗୋଟି ପ୍ରାୟ ୬୦ ହଜାର ଜନସାଧାରଣ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି। କିନ୍ତୁ କିଛିଦିନ ତଳେ ଏଠିକାର ଡାକ୍ତର ବ୍ରଜରାଜ କର ନିଜ ଦେହରବାମ ହାତରେ ସାଲାଇନ ଲଗାଇ ରୋଗୀସେବା କରୁଥିବାର ଫୋଟୋ ଚିତ୍ର ଓ ଚଳନ୍ତି ଚିତ୍ର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ଓ ଏହାର ପ୍ରତିକ୍ରିୟାରେ ଅଧିକାଂଶ ଲୋକ ଡାକ୍ତର ଙ୍କ କାର୍ଯ୍ୟକୁ ତାରିଫ ଓ ପ୍ରଶଂସା କରୁଥିବାର ନଜରକୁ ଆସୁଛି। କିନ୍ତୁ କିଛି ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମନରେ ସନ୍ଦେ ହେ ଯେ ରୋଗୀଣା ଡାକ୍ତର କିଭଳି ରୋଗୀର ଚିକିତ୍ସା କରୁଛନ୍ତି ? ସେହି ଡାକ୍ତର ମହାଶୟଙ୍କୁ ଯେଉଁ ପ୍ରକାର ରୋଗ ହୋଇଛି କାଳେ ରୋଗ ସଂକ୍ରମଣ ହେବନିତ ? ଡାକ୍ତର ଜଣକ ତାଙ୍କୁ ରୋଗହୋଇଥିବା କଥା ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛିନ୍ତି ତ ଯଦି ଜଣାଇଛନ୍ତି ତେବେ ରୋଗୀଣା ଡାକ୍ତର କୁ ଛୁଟି ନଦେଇ କେଉଁ ପରିସ୍ଥିତିରେ ରୋଗୀ ଚିକିତ୍ସା କରିବାକୁ ବାଧ୍ୟ କରାଯାଇଛି ? ଏହା ଉପରିସ୍ଥ ଅଧିକାରୀଙ୍କ ବେପରୁଆ ମନଭାବ ନା କାର୍ଯ୍ୟରତ ଡାକ୍ତର ବାବୁଙ୍କ ବେଈମାନ ମନବୃତି । ଓଡି଼ଶାର ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଉପଯୁକ୍ତ ତଦନ୍ତକାରୀ ଗଜପତି ଜିଲାର ରୋଗୀସେବାରେ ଉନ୍ନତି ଆଣିବାକୁ ଅଂଚଳ ବାସୀଙ୍କ ଦ୍ୱାରା ଦାବିହେଉଛି ।
ଗଜପତି ରୁ ମନୋଜ କୁମାର ପାଢୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।