ବଲାଙ୍ଗୀର/ଟିଟିଲାଗଡ଼, ତା୧୮-୦୭ (ବିଏମସି ଟିଭି ଓଡ଼ିଆ)
ଟିଟିଲାଗଡ଼ ସହର ସ୍ଥିତ ମଧୁବନ ନାମକ ଏକ ବିଦେଶୀ ମଦ ଦୋକାନ ରେ ଦୁଇ ଜଣ ଗ୍ରାହକ ଯାଇ ଥିବା ଓ ସେଠି ଚଢା ଦରରେ ବିଦେଶୀ ମଦ ବାର କର୍ମଚାରୀ ଟଙ୍କା ମାଗିବା ନେଇ ଗଣ୍ଡଗୋଳ ହୋଇ ଜଣେ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଟିଟିଲାଗଡ଼ ଥାନା ଅଧୀନସ୍ଥ ଲଇତରା ଗ୍ରାମ ର ଖଗ ସାଗର ନାମକ ଜଣେ ୨୫ ବର୍ଷୀୟ ଯୁବକ ତଥା ତାଙ୍କ ର ଟିଟିଲାଗଡ଼ ନିକଟସ୍ଥ ଜଗୁଆ ଗ୍ରାମ ର ଶତ୍ରୁଘନ ଛୁରା ଦୁହେଁ ମିଶି ସ୍ଥାନୀୟ ମଧୁବନ ନାମକ ବିଦେଶୀ ମଦ ଦୋକାନ କୁ ଯାଇଥିଲେ। ଉଭୟ ଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଦୁଇ ଗୋଟି ଇଁରାଜୀ ମଦ ବୋତଲ କିଣି ଥିଲେ। ଉକ୍ତ କିଣା ମଦ ର ଦାମ ରୁ ଅଧିକ ମୂଲ୍ୟ ମାଗିଥିଲେ । ଅଧିକ ମୂଲ୍ୟ ସହ ବିଲ ଦେବାକୁ କହିବାରୁ ବେଶ ବାକବିତଣ୍ଡା ଆରମ୍ଭ ହୋଇ ଥିଲା। ଏପରି କି ଉଭୟ ଙ୍କୁ ମଦ ଦୋକାନ ର ମ୍ୟାନେଜର ତଥା ଅନ୍ୟ କର୍ମଚାରୀ ମିଶି ମାରଣାନ୍ତକ କରିବା ସହ ଏକ ମଦ ବୋତଲ ଭାଙ୍ଗି ଆକ୍ରମଣ କରିଥିଲେ। ଆକ୍ରମଣ ରେ ଖଗସାଗର ର ମୁଣ୍ଡ ରେ ଶକ୍ତ ଆଘାତ ଲାଗିବା ସହ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ସେହିପରି ଖଗ ସାଗର ସହ ଥିବା ଅଭିମନ୍ୟୁ ମଧ୍ୟ ଆହତ ହୋଇ ଥିବା ଜଣା ଯାଇଛି । ଉଭୟ ଙ୍କ ନିକଟ ରେ ଥିବା ଟଙ୍କା ଲୁଟି ନେବା ସହ ଗୋଟିଏ ମୋବାଇଲ ଭାଙ୍ଗି ଦେଇଥିବା ଲିଖିତ ଅଭିଯୋଗ ହୋଇଛି। ଏ ନେଇ ଟିଟିଲାଗଡ଼ ପୋଲିସ ଉଭୟ ଙ୍କୁ ଡାକ୍ତରୀ ଚିକିତ୍ସା ସହ ମାଇନା କରି ଘଟଣା ର ସବିଶେଷ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ ପାଇଛି।
ବିଶେଷ ଦ୍ରଷ୍ଟବ୍ୟ ଯେ, ଟିଟିଲାଗଡ଼ ର ଏହି ବିଦେଶୀ ମଦ ଦୋକାନ ରେ ଏଭଳି ଚଢା ଦର ରେ ମଦବିକ୍ରି ସହ ଖୋଲା, ଖୋଲି ବେଆଇନ ଭାବେ ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକୁ ଚାଲାଣ କରି ଆସୁଛି।
ସେହିପରି ଏହି ବିଦେଶୀ ମଦ ଦୋକାନ କୁ ସହର ବାହାର କୁ ସ୍ଥାନାନ୍ତରିତ ଅତୀତ ରେ କରାଯାଇଥିବା ବେଳେ ପୁନଃ ଏଠି ବେଆଇନ ଭାବେ ଦୀର୍ଘ ଦିନ ଧରି ଚଳାଇ ଆସୁଛି। ଏ ଦିଗରେ ଖୋଲା, ଖୋଲି ଭାବେ ଅବକାରୀ ବିଭାଗ ଜାଣି, ଶୁଣି ମାସିକ କୋଟା ଫିକ୍ସ କରି ପ୍ରୋତ୍ସାହନ ଦେଇ ଆସୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଜିଲ୍ଲା ସ୍ତରୀୟ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟ ଓ ଟିଟିଲାଗଡ଼ ଥାନା ରେ ଏ ଘଟଣା ନେଇ ବିପୁଳ ଜନ ସମାଗମ ପରିଲକ୍ଷିତ ହୋଇଥିଲା। ଘଟଣା ରେ ଥାନା ଅଧିକାରିଣୀ କଲ୍ୟାଣୀ ବେହେରା ଅପର ପକ୍ଷ ର ବ୍ୟକ୍ତି ବିଶେଷ ଙ୍କୁ ଥାନା କୁ ଡକେଇ ଅଟକ ରଖି ଜେରା କରୁଥିବା ପ୍ରକାଶ ପାଇଛି।
ଟିଟିଲାଗଡ଼ ରୁ ସନ୍ତୋଷ ନାୟକ ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।