ସହୀଦ ଦିବସରେ ଦେଶମାତୃକା ପାଇଁ ଆତ୍ମ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ନିମନ୍ତେ ନିରୋବ ପ୍ରାର୍ଥନା ।

ରାୟଗଡ଼ା ; ତା-୩୦/୦୧(ବିଏମସି ଟିଭି ଓଡ଼ିଆ)

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି ।ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷ ଓ ମହିୟସୀ ମାନେ ନିଜ ଜୀବନକୁ ଆତ୍ମ ବଳିଦାନ ଦେଇଛନ୍ତି ସେମାନଙ୍କ ସ୍ମୃତି ଉଦେଶ୍ୟରେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶହୀଦ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଡେପୁଟି କଲେକ୍ଟର ନାରାୟଣ ମିଶ୍ର,ଲଳିତ ମଣ୍ଡଳ, ମଧୁମିତା ବେହେରା, ବିଚିତ୍ରା ସେଠୀ, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ତତ୍ତ୍ୱମୋସୀ ମହାପାତ୍ର,ସହକାରୀ ଜିଲ୍ଲାପାଳ ମlନଭଞ୍ଜନ କହଁର, ସୁସ୍ମିତା ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମିନତି କୁମାରୀ ଦେଓ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ପୁଷ୍ପଲତା ଦୀକ୍ଷିତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ,ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀମତୀ ଭବାନୀ ଶବର,ଗ୍ରନ୍ଥାଗାରୀକ ଡମ୍ବରୁଧର ପଣ୍ଡା, ସହ ସଂଚାଲକ ଶ୍ରୀ ସାମ୍ରାଟ ସାହୁ, ରାଜେନ୍ଦ୍ର ଦୋରା ଓ ଅଗ୍ନିସମ୍ମ ବିଭାଗର ଆଗ୍ନେୟକ ମାନେ ଯୋଗଦାନ କରି ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଓ ସେମାନଙ୍କ ଉଦ୍ଧେଶ୍ୟରେ ନିରୋବ ପ୍ରାର୍ଥନା କରିଥିଲେ । ଅଗ୍ନିସମ୍ମ ବିଭାଗର ତରଫରୁ ନିରୋବ ପ୍ରାର୍ଥନା ପୂର୍ବରୁ ଓ ପରେ ୨ଥର ସାଇରନ ଦିଆଯାଇଥିଲା ।ସେହିପରି ବିଭିନ୍ନ କାର୍ଯ୍ୟାଳୟ ମାଙ୍କରେ ବିଭଗୀୟ ଅଧିକାରୀଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କୁ ନେଇ ପାଳନ କରାଯାଇଛି

ରାୟଗଡ଼ା ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା

Leave a Reply

Your email address will not be published. Required fields are marked *