ଚାଷୀର ମେରୁଦଣ୍ଡ ଦୋହଲାଇଦେଲା କୁଆ ପଥର ସାଙ୍ଗକୁ ଅଦିନିଆ ବର୍ଷା।

ମୟୂରଭଞ୍ଜ ; ତା-୨୫/୦୨(ବିଏମସି ଟିଭି ଓଡ଼ିଆ)

ଅଦିନିଆ ବର୍ଷା ସାଙ୍ଗକୁ କୁଆ ପଥର ମାଡ ଚାଷୀଙ୍କ ମେରୁ ଦଣ୍ଡ ଦୋହଲାଇ ଦେଇଛି । ଗତ ଶୁକ୍ରବାର ଦିନ ଅପରାହ୍ନ ରେ ହୋଟାଥ୍ ମାଡ଼ି ଆସିଲା କଳାହାଣ୍ଡିଆ ମେଘ ଛେଚିଲା ବର୍ଷା ବର୍ଷାକୁ ହେବା ଫଳରେ ଚାଷୀ ଖୁସି ଥିଲେ କିନ୍ତୁ ବର୍ଷା ଛାଡ଼ିଲା ସାମାନ୍ୟ କମିଲା ବେଳକୁ କଚାଡିଲା କୁଆ ପଥର କ୍ଷଣିକ ମଧ୍ୟରେ ପନିପରିବା ଚାଷକୁ ନଷ୍ଟ କରିଦେଲା ।

ଗତ ଖରିଫ୍ ଋତୁରେ କମ୍ ବୃଷ୍ଟିପାତ ଯୋଗୁଁ ପ୍ରଭାବିତ ହୋଇଥିଲା ଧାନ ଚାଷ ଏଣୁ ରବି ଫସଲ ରେ ଚାଷ କରି ଖରିଫ୍ ଋତୁର କ୍ଷତି ଭରଣା ଆଶା ରଖିଥିଲେ ଚାଷୀ କିନ୍ତୁ ଦଇବ ଦାଉ ସାଧିଲ କୁଆ ପଥର ମାଡରେ ଉଜାଡି ଦେଲା ଫସଲ ।ଆଉ ଦିନ କେଇଟାର ଫସଲ କୁ ବଜାରରେ ବିକ୍ରି କରିଥାନ୍ତା ଚାଷୀ ।ବାଇଗଣ, ବିଲାତି, ବାଇଗଣ , ଲାଉ, କଖାରୁ, କାକୁଡି, ତରଭୁଜ, ପିଆଜ ଭଳି ପନିପରିବା ଚାଷ ସବୁ ନଷ୍ଟ କରି ଦେଇଛି ଏଭଳି ପରିସ୍ଥିତିରେ କ୍ଷତି ଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *