ମାଲକାନଗିରି ; ତା-୧୨/୦୨(ବିଏମସି ଟିଭି ଓଡ଼ିଆ)
ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ପରିସରରେ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଆନୁକୁଲ୍ୟରେ “ବିକଶିତ ଗାଁ ବିକଶିତ ଓଡିଶା” ର ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଏହି ପଞ୍ଚାୟତର ସରପଞ୍ଚ ମଙ୍ଗଳା ମାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ, ସିଡିପିଓ ନୀହାରବାଳା ସାହୁ, ସମିତିସଭ୍ୟା ମୁନୀ ସଗରୀଆ, ନାଏବ ସରପଞ୍ଚ ହସମତୀ ହନ୍ତାଳ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ ଓ ସମାଜସେବୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାର ଆବାହକ ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀନାଥ ମାଝୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ, ବିକଶିତ ଗାଁ ବିକଶିତ ଓଡିଶା ର ରୁପରେଖକୁ ସୁଦୃଢ କରିବା ନିମନ୍ତେ ଆଜିର ଏହି ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତ୍ଵରାନୀତ ପାଇଁ ପଦକ୍ଷେପ ନେଇଛନ୍ତି, ଏହାକୁ ତିନୋଟି ଶ୍ରେଣୀଭୁକ୍ତ କରାଯାଇଛି, ପ୍ରଥମେ ଗ୍ରାମ୍ୟ ରାସ୍ତା ଉନ୍ନତିକରଣ ପାଇଁ ୩୫% ବ୍ୟୟବରାଦ, ଦିତୀୟ ରେ ସାମୁହିକ ଜନ ସମାଜର ବିକାଶ ପାଇଁ ୬୦% ବ୍ୟୟବରାଦ ଓ ସ୍ୱତନ୍ତ୍ର ଇନିସିଏଟିଭ ଅନ୍ତର୍ଗତ ୫% ର ବ୍ୟୟବରାଦ କରିବା ନିମନ୍ତେ କାର୍ଯ୍ୟ ପ୍ରସ୍ତାବ, ଆନୁମାନିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ଓ ଏହାର ଅର୍ଥ ବ୍ୟୟ ନିମନ୍ତେ ସଭାରେ ସ୍ଵିକୃତି କରିବା ନିହାତି ଆବଶ୍ୟକ ବୋଲି ମତପୋଷଣ କରିଥିଲେ ।

ଅନ୍ୟତମ ଅତିଥି ଶ୍ରୀମତୀ କହିଥିଲେ ଯେ ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ତ୍ୱରାନ୍ୱିତ ହେଲେ ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ବିକଶିତ ଗାଁ ବିକଶିତ ଓଡିଶା ର ସ୍ୱପ୍ନ ବାସ୍ତବରେ ସାକାର ହୋଇପାରିବ । ଏହି ଅବସରରେ କୁଡୁମୁଲୁଗୁମ୍ମା ଅଞ୍ଚଳର ସମସ୍ତ ୱ।ର୍ଡ ମେମ୍ବର,ଆଶା କର୍ମୀ , ଅଙ୍ଗନବାଡ଼ି କର୍ମୀଙ୍କ ସହ ୧୦୦ ରୁ ଉର୍ଦ୍ଧ ଜନସାଧାରଣ ଯୋଗଦେଇଥିଲେ । ଆଜିର କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଗ୍ରାମ ପଞ୍ଚାୟତ ରୋଜଗାର ସେବକ ଧନେଶ୍ଵର କୁରାମୀ ଓ ଚନ୍ଦ୍ର ମାଢୀ ପ୍ରମୁଖ ସହଯୋଗ କରିଥିଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।