ଆମ ଆଦମୀ ପାର୍ଟିର ସାଙ୍ଗଠନିକ ବିସ୍ତାର ପାଇଁ ଏକ ତିରିଶ ଜଣିଆ କମିଟି ଗଠନ କପାଯାଇଛି।

ଗଞ୍ଜାମ ;ତା-୨୫/୦୫(ବିଏମସି ଟିଭି ଓଡ଼ିଆ)

ଓଡ଼ିଶାରେ ଆମ୍ ଆଦ୍‌ମୀ ପାର୍ଟିର ସାଙ୍ଗଠନିକ ବିସ୍ତାର ପାଇଁ ସ୍ଥାନୀୟ ଗେଟ ବଜାର ସ୍ଥିତ ଗଞ୍ଜାମ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ରାଜ୍ୟ ସଂଗଠନ ସମ୍ପାଦକ ଆଚାର୍ଯ୍ୟ କଲ୍ୟାଣ ଆନନ୍ଦଙ୍କ ଉପସ୍ଥିତରେ ଗଞ୍ଜାମ ଜିଲ୍ଲା ପାଇଁ ଏକ ତିରିଶ ଜଣିଆ କମିଟି ଗଠନ କରାଯାଇଛି । ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତଙ୍କୁ ପୁଣି ଥରେ ରାଜ୍ୟ ସଭାପତି ଭରୋସା କରି ଦାୟିତ୍ୱ ଦେଇଛନ୍ତି । ରମେଶ ବେହେରା,ପି. ମନୋଜ କୁମାର, ହିମାଂଶୁ ସାହୁ ଉପସଭାପତି, ଆଦିତ୍ୟ ନାରାୟଣ ରଥ ଜିଲ୍ଲା ସାଧାରଣ ସମ୍ପାଦକ, ଧୀରେନ୍ଦ୍ର ସାବତ ସମ୍ପାଦକ, ନିଭାସ୍ମିତା ପ୍ରଧାନ ମହିଳା ସଭାନେତ୍ରୀ, ପି. ନୀଳକଣ୍ଠ ରେଡ୍ଡୀ ଜିଲ୍ଲା ଯୁବ ସଭାପତି,ଅଜାମ୍ବିଳ ବିଶ୍ୱାଳ ଜିଲ୍ଲା ଯୁବ ସମ୍ପାଦକ,ଦିନେଶ ରାଜ ଜିଲ୍ଲା ଛାତ୍ର ସଭାପତି, କୈଳାଶ ସେଠୀ, ଲିଗାଲ ସେଲ ସଭାପତି,ଏମଡ଼ି. ସରିଫ ସଂଖ୍ୟାଲଘୁ କମିଶନ ସଭାପତି, କୃଷ୍ଣ ଚନ୍ଦ୍ର ବେହେରା ଦଳିତ ବର୍ଗ ସଭାପତି,ପ୍ରଦୀପ ଚୌଧୁରୀ କୋଷାଧକ୍ଷ,ସୁଧୀର ପ୍ରଧାନ ବ୍ରହ୍ମପୁର ଲୋକସଭା ସଭାପତି, ଭଜରାମ ସାବତ ଆସିକା ଲୋକସଭା ସଭାପତି, ଟି. ସତୀଶ ପାତ୍ର ସୋସିଆଲ ମିଡ଼ିଆ ଇନଚାର୍ଜ,ସି. ହର ପ୍ରସାଦ ବ୍ରହ୍ମପୁର ,କୁରେଶ ମହାରଣା ଦିଗପହଣ୍ଡି,ଶ୍ରୀନିବାସ ରେଡ୍ଡୀ ଚିକିଟି, ବିଜୟ କୁମାର ବେହେରା ଭଞ୍ଜନଗର, ପଦ୍ମନାଭ ମହାରଣା ଛତ୍ରପୁର, ଶ୍ୟାମସୁନ୍ଦର ଗୌଡ଼ ଖଲ୍ଲିକୋଟ, ରଞ୍ଜିତ ତ୍ରିପାଠୀ ସୋରଡ଼ା, ରଞ୍ଜନ କୁମାର ରାଉତ ଆସିକା,ଶିବ କୁମାର କରାରି ଗୋପାଳପୁର, ମାନସ ଦାସ କବିସୂର୍ଯ୍ୟନଗର,ରାମଚନ୍ଦ୍ର ବାରିକ ପୋଲସରା ଏବଂ ବିଚିତ୍ରା ନନ୍ଦ ମୁନି ହିଞ୍ଜିଳିକାଟୁ ବିଧାନସଭା ସଭାପତି ରୂପେ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲରେ ସଂଗଠକୁ ମଜବୁତ କରି ପଞ୍ଚାୟତ ଏବଂ ମୁନିସିପାଲିଟି ନିର୍ବାଚନକୁ ଜିତିବା ଲକ୍ଷ ନେଇ ଲଢ଼ଇ କରିବାକୁ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଦୁକା ଶ୍ରୀନିବାସ ରେଡ୍ଡୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ଗଞ୍ଜାମ ରୁ ନିମାଇଁ ଚରଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *