ଟିଟିଲାଗଡ଼ ଥାନା ପୋଲିସ ତରଫରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ବଲାଙ୍ଗୀର  ; ତା-୩୧/୦୧(ବିଏମସି ଟିଭି ଓଡ଼ିଆ)

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ପୋଲିସ ତରଫରୁ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଟିଟିଲାଗଡ଼ ଥାନା ଭାରପ୍ରାପ୍ତ ନିରୀକ୍ଷକ ବିଶ୍ୱଜିତମନବୋଧଙ୍କ ନେତୃତ୍ୱରେ ଥାନାର ସମସ୍ତ ଉପନିରୀକ୍ଷକ, ସହକାରୀ ଉପନିରୀକ୍ଷକ, କନେଷ୍ଟବଳ ଓ ହୋମଗାର୍ଡ ଏବଂ କଲେଜର ଏନସିସି  କ୍ୟାଡ଼େଟ ପିଲା ମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ସାମିଲ ହୋଇ ସହରର ଥାନା ଛକରୁ ବାହାରି ଶାସ୍ତ୍ରୀ ଛକ, ପୁରୁଣା ବ୍ୟାଙ୍କ ଛକ, ମାଉସୀ ମନ୍ଦିର ଛକ ଏବଂ ପେଟ୍ରୋଲ ପମ୍ପ ଛକ ଦେଇ ସଡ଼କ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଏବଂ ବ୍ୟାନର ଧରି ନଗର ପରିକ୍ରମା କରି ଥିଲେ। ଟ୍ରାଫିକ ନିୟମ ପାଳନ କରିବା ପାଇଁ ରାସ୍ତାରେ ଯାତାୟାତ କରୁଥିବା ଦୁଇ ଏବଂ ଚାରିଚକିଆ ଯାନର ଚାଳକ ମାନଙ୍କୁ ସଚେତନତା କରାଯାଇଥିଲା । ଟ୍ରାଫିକ ନିୟମ ପାଳନ କରି ହେଲମେଟ ଏବଂ ସିଟ ବେଲ୍ଟ ପିନ୍ଧି ଗାଡ଼ି ଚଳାଉ ଥିବା ଚାଳକ ମାନଙ୍କୁ ପୁଷ୍ପ ଗୁଛ ଏବଂ ଚକୋଲେଟ ଓ ମିଠା ପ୍ରଦାନ କରାଯାଇଥିଲା । ଟ୍ରାଫିକ ନିୟମ ଉଲ୍ଲଘନ କରିଥିବା  ଅମାନିଆ ଚାଳକ ମାନଙ୍କୁ ସଚେତନତା କରାଯିବା ସହିତ ଟ୍ରାଫିକ ନିୟମ ପାଳନ ନ କଲେ ଜୋରିମାନା ଭୟ ଦେଖାଇ ତାଗିଦ କରିଥିଲେ।

ବଲାଙ୍ଗୀର  ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *