ଜଳିଗଲା ଚାଉଳ ବୋଝେଇ ଟ୍ରକ,ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର ।

ବଲାଙ୍ଗୀର ;ତା-୨୭/୦୨(ବିଏମସି ଟିଭି ଓଡ଼ିଆ)

ବେଲଗାଁ ରାସ୍ତା ଦେଶିଲ ଝାରଦେଓବନ୍ଧ ନିକଟସ୍ତ କର୍ଲା ଜୋର ଛକ ଠାରେ ରାତ୍ର ୮ଘଣ୍ଟା ସମୟରେ ଜଳି ଗଲା ଚାଉଳ ବୋଝାଇ ଟ୍ରକର କେବିନ। CG 04DH 3198 ଗାଡ଼ି ମାଲିକର ନାମ ଟିଟିଲାଗଡ଼ ସହରର ନଦିମ ଖାଁନ ବୋଲି ଜାଣିବାକୁ ମିଳିଛି ।ଅଗ୍ନିସମ ବିଭାଗ ଘଟଣାସ୍ଥଳ କୁ ଯାଇ ନିଆଁ କୁ ଆୟତ୍ତ କରିଥିଲେ। ସଟ୍ ସାରର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ଟ୍ରକ୍ ମାଲିକ ନଦିମ୍ ଖାଁନ କହିଛନ୍ତି । ମହାବୀର ରାଇସ୍ ମିଳ ବେଲଗାଁ ରୁ ଚାଉଳ ଆଣୁଥିଲେ ୪୦୦ ଶହ ବସ୍ତା ୨୦୦ ଶହ କୁଇଣ୍ଟାଲ । ଟିିଟିଲାଗଡ଼ ନିକଟସ୍ତ ଚାରଭଟା ଏପ ସି ଆଇ ଗୋଦାମ ଗୃହ କୁ ଅଣା ଯାଉଥିବା ବୋଲି ସୂଚନା ଦିଆ ଯାଇଛି । ଘଟଣାର ସବିଶେଷ ତଦନ୍ତ ପରେ ସଷ୍ଟ ଚ଼ିତ୍ର ଜଣା ପଡ଼ିବ ବୋଲି ସୂଚନା ମିଳିଛି ।

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *