ବୌଦ୍ଧ ;ତା-୨୦/୧୨(ବିଏମସି ଟିଭି ଓଡ଼ିଆ)
ବୌଦ୍ଧ ଜିଲ୍ଲା ଜେଲ୍ ପରିସରରେ ଅନ୍ତୋବାସୀ ମାନଙ୍କୁ ନେଇ ଏକ ମାସିକିଆ ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଲଣ୍ଡିବନ୍ଧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ବୌଦ୍ଧ ଜିଲ୍ଲା ଜେଲ୍ ର ମିଳିତ ସହଯୋଗରେ ଜେଲ୍ ଅନ୍ତୋବାସି ମାନଙ୍କର ଉନ୍ନତି ପାଇଁ ତା.୨୦-୧୧-୨୪ ରୁ ତା.୧୯-୧୨-୨୪ ରିଖ ପଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଟି ଚାଲିଥିଲା। ପ୍ରଶିକ୍ଷକ ଶ୍ରୀ ପଞ୍ଚାନନ ମହାରଣା ଙ୍କ ତତ୍ଵାବଧାନରେ ୩୧ ଜଣ ଅନ୍ତୋବାସି ପାଣି ପାଇପ୍ ମରାମତି ସମ୍ପର୍କ ରେ ସମସ୍ତ ଜ୍ଞାନ ଆହରଣ କରି ଥିଲେ।
ଉଦଯାପନୀ ଉତ୍ସବରେ ଷ୍ଟେଟ ବ୍ୟାଙ୍କ ଆର୍. ସେ.ଟି ର ଏ. ଜି. ଏମ ତପନ କୁମାର ସହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଆଜି ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଓ ଜିଲ୍ଲା ମୁଖ୍ୟ ନ୍ୟାୟାଧିଶ ପ୍ରତାପ କୁମାର ପାତ୍ର ଯୋଗ ଦେବା ସହ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଏ.ଡି. ଏମ. ଅନିରୁଦ୍ଧ ପ୍ରଧାନ, ସମ୍ପାଦିକା ଜିଲ୍ଲା ନ୍ୟାୟିକ ସେବା ଅଧିକାରୀ ଶାଶ୍ବତୀ ମିଶ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଜେଲ୍ ଅନ୍ତୋବାସି ମାନେ କିପରି ଆଗକୁ ଆତ୍ମ ନିର୍ଭରଶିଳ ହୋଇ ସମାଜ ର ମୂଖ୍ୟ ସ୍ରୋତ ରେ ନିଜକୁ ସାମିଲ କରିବେ ସେ ସମ୍ପର୍କ ରେ ଅତିଥି ମାନେ ଆଲୋକପାତ କରିବା ସହିତ ସମସ୍ତ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଟିକୁ କାରାଧକ୍ଷ ଜଗତ ବିହାରୀ ରାଉତରାୟ ପରିଚାଳନା କରିଥିଲେ ଏବଂ ଆର୍.ସେ.ଟି ର ନିର୍ଦ୍ଦେଶକ ବିଚିତ୍ର ମହାପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜେଲ୍ ଓ ଆର୍.ସେ.ଟି ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।