ନୟାଗଡ଼ ;ତା-୨୬/୦୪(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା /ଗଣିଆ ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡିଶା।
କାଳବୈଶାଖୀ ଯୋଗୁଁ ଶନିବାର ଦିନ ଅପରାହ୍ନ ସମୟେ ଅଚାନକ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇଥିଲା । ଯାହା ଫଳରେ ଗଣିଆ ବ୍ଲକ ଅନ୍ତର୍ଗତ ବିଜୟ ନଗର ଗ୍ରାମ ର ଅହଲ୍ୟା ମଳିକ (୨୮) ନିଜ ଘର ବାଡ଼ିପଟୁ ଘର ଭିତରକୁ ଯିବା ସମୟେ ତାଙ୍କୁ ବିଜୁଳି ମାରିଥିଲା। ଆଘାତ କାରଣ ରୁ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା ଓ ପରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲା ।

ଅନ୍ୟ ପକ୍ଷରେ ଗଣିଆ ବସ ଷ୍ଟାଣ୍ଡ ନିକଟରେ କିଶୋର ପ୍ରସାଦ ପଞ୍ଚାୟତ ର ମାର୍କେଟ କମ୍ପ୍ଲେକ୍ସ ଭଡ଼ା ଗୃହ ନେଇଥିବା ନାରାୟଣ ସାମଲ, ରଞ୍ଜନ ଦାସ, ସୁଶାନ୍ତ ପ୍ରଧାନ ଓ ମୁନା ବେହେରା ଦୋକାନ ଗୃହ ଉପରେ ଗଛ ଉପୁଡି ପଡ଼ିବା ଯୋଗୁଁ ଘରଭାଙ୍ଗି ଯାଇଥିଲା ଏବଂ ଗଣିଆ ବାଲିସାହି ରାସ୍ତା ଉପରେ ଆମ୍ବ ଗଛ ଭାଙ୍ଗି ରାସ୍ତା ଅବରୋଧ କରି ଥିବା ବେଳେ ଗଣିଆ ଅଗ୍ନିଶ୍ମମ ଅଧିକାରୀ ବିଜୟା ନନ୍ଦ ପରିଡ଼ା ଙ୍କ ତତ୍ୱାବଧାନରେ ଏକ ଟିମ୍ ପହଞ୍ଚି ରାସ୍ତା ରୁ ଗଚ୍ଛ ହଟାଇଥିଲେ ।

ଦଶପଲ୍ଲା ଗଣିଆ ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।