ସମ୍ବଲପୁର ;ତା-୨୦/୦୧(ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ବାମରା ଠାରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ମକର ମେଳା ମହୋତ୍ସବରେ ବାମରା ବ୍ଲକର ବିଭିନ୍ନ ସ୍କୁଲ କଲେଜରୁ ଚୟନ ହୋଇଥିବା ସତୁରୀ ଜଣ କିଶୋର କବିଙ୍କ କବିତା ଆବୃତ୍ତି ବେଶ୍ ଆକର୍ଷଣୀୟ ହୋଇଥିଲା । ଏହି ଉପଲକ୍ଷେ ବାମରା ‘ସାହିତ୍ୟ ଘର’ ର ସଭାପତି ବଡ଼ଗାଁ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ଦଶରଥ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାରସ୍ଵତ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସାଏ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା ଓ ଅର୍ଡ଼ାବାହାଲ କଲେଜ ଅଧ୍ୟକ୍ଷ ରଞ୍ଜନ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ମକର ମହୋତ୍ସବ କମିଟିର ସଭାପତି ପ୍ରଫୁଲ୍ଲ ନାଏକ ସ୍ଵାଗତ ଭାଷଣ, କ୍ଷିରୋଦ ସା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋତି ମୟୀ ରାଣେ ମଞ୍ଚ ପରିଚାଳନା କରିଥିଲେ । ନିର୍ବାଚିତ କବିଙ୍କୁ ଅତିଥିଗଣ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଆବାହକ ସତିଶ ମିଶ୍ର, ଶ୍ୟାମ ସୁନ୍ଦର ଦାସ ଓ ସୁଧିର ନାଏକ ପରିଚାଳନା କରିଥିବା ବେଳେ ସନ୍ତୋଷ ଶୁକ୍ଳ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ସୁଶୀଲ ନାଏକ, ତାପସ ନାଏକ, ପ୍ରଦୀପ ବେହେରା, ସଞ୍ଜୟ ରାଏ, ସଞ୍ଜୟ ମେହେର , ବୁଟୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।