ବୋଲଗଡ ; ତା – ୧୨/୦୧ (ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବରକୁଦ ଲବଣ ଗିରି ପ୍ରାଙ୍ଗଣ ରେ ଆମ ଆଦମୀ ପାର୍ଟି ର ଏକ ନବବର୍ଷ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁମିଳନରେ ରାଜ୍ୟ ସାଂଗଠନିକ ସମ୍ପାଦକ ଭରତ ଦାସ, ଢେଙ୍କାନାଳ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଭାପତି ଉପସ୍ଥିତ ହୋଇ ଥିଲେ । ଏକ ସାଂଗଠନିକ ବୈଠକ ହୋଇ ରାଜ୍ୟରେ ଆମ ଆଦମୀ ପାର୍ଟିର ସ୍ଥିତି ସମ୍ବନ୍ଧରେ ଆଲୋଚନା କରାଯାଇ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରା ଯାଇଥିଲା ।

ଆଜିର ବୈଠକ ରେ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁଭାସିସ ସ୍ୱାଇଁ, ସୁନିଲ ଷଡ଼ଙ୍ଗୀ, ପ୍ରଶାନ୍ତ ରଣସିଂହ, ପ୍ରମୋଦ ନନ୍ଦ, କଳ୍ପତରୁ ପଣ୍ଡା, କବିରାଜ ଗୋଛି, କିଶୋର ଚନ୍ଦ୍ର ସାହୁ, ଅମିତ୍ ସାମନ୍ତରାୟ, ଲକ୍ଷ୍ମୀଧର ମହପାତ୍ର, ସଂଗ୍ରାମ ବଳବନ୍ତ ରାୟ, ସେଖ ଆବିଦ୍, ଦଣ୍ଡପାଣି ଜେନା, ଟିପୁ ଜେନା, ପ୍ରମୁଖ ଉପସ୍ଥିତ ହୋଇଥିଲେ। ତ୍ରିନାଥ ପାଲଟା ସିଂ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପରିଶେଷରେ ଜଳଧର ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବିଏମସି ନ୍ୟୁଜ ଓଡିଶା ।