ନୟାଗଡ ; ତା-୨୩/୦୧(ବିଏମସି ଟିଭି ଓଡ଼ିଆ)
ନୟାଗଡ଼ ବ୍ଲକ ଚମ୍ପତ୍ତିପୁର ଗ୍ରାମପଞ୍ଚାୟତ ରେ ସରପଞ୍ଚ ଙ୍କ ବିରୋଧରେ ଆଗତ ଅନାସ୍ଥା କୋରମ ଅଭାବରୁ ବୈଠକ ବାତିଲ କରାଯାଇଛି ।ଗତ ୨୦୨୪ ନଭେମ୍ବର ୧୧ ତାରିଖ ଦିନ ୧୦ ଜଣ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପଜିଲ୍ଲାପାଳ ଙ୍କୁ ଅନାସ୍ଥା ସମ୍ବନ୍ଧରେ ଲିଖିତ ଅଭିଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ ଗତ ୨୦୨୫ ଜାନୁଆରୀ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ଅନାସ୍ଥା ଆଗତ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।

ସଠିକ ସମୟ ପୁର୍ବରୁ ନିର୍ବାଚନ ଅଧିକାରୀ ଡେପୁଟି କଲେକ୍ଟର ପ୍ରଭାତୀ ମହାରଣା ଉପସ୍ଥିତ ଥିଲେ । ମାଜିଷ୍ଟ୍ରେଟ ଭାବେ ଆଡିସନାଲ ତହସିଲଦାର ଅମିତ ପଟ୍ଟନାୟକ ଉପସ୍ଥିତ ଥିଲେ। ଏଥି ସହିତ ଭାରପ୍ରାପ୍ତ ଏସଟିପିଓ ଦୁଷ୍ମନ୍ତ କୁମାର ପୃଷ୍ଟି ,ନୟାଗଡ଼ ବିଡ଼ିଓ ରାଜେଶ କେଶରୀ ସ୍ବାଇଁ ,ଜିପିଓ ତୁଷାର କାନ୍ତ ରାଉତ ଉପସ୍ଥିତ ଥିଲେ । ଇଟାମାଟି ଥାନା ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହେବା ସହ ୧୪୪ ଧାରା ଲାଗୁ କରାଯାଇଥିଲା । ସଠିକ ସମୟ ମଧ୍ୟରେ ୬ ଜଣ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ । କୋରମ ଅଭାବରୁ ବୈଠକ କୁ ବାତିଲ କରାଯାଇଥିଲା।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।