ରାୟଗଡ଼ା ;ତା-୨୪/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲା ବିଷମ କଟକ ପଞ୍ଚାୟତ ସମିତିର ସଦଭାବନା ଗୃହଠାରେ ବିକଶିତ ଓଡିଶା ବିକଶିତ ଭାରତ ପାଇଁ କାର୍ଯ୍ୟ ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ନୂତନ ଗୋଷ୍ଠି ଉନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ଏବଂ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଯୋଶଦା ହୁଇକା ପଞ୍ଚାୟତ ସମିତି ଅଧ୍ୟକ୍ଷା ବିଷମକଟକ ଓ ସମସ୍ତ ଜିଲ୍ଲା ପରିଷଦ ସମସ୍ତ ପଞ୍ଚାୟତ ସଭ୍ୟ ସଭ୍ୟା ସରପଞ୍ଚ ବୃନ୍ଦ ସମସ୍ତ ସରକାରୀ ଲାଇନ ଅଫିସର ବୃନ୍ଦ ଏକତ୍ରିତ ହୋଇଥିଲେ ।

ଏହି ବିକଶିତ ଓଡିଶା ବିକଶିତ ଭାରତ 2024 – 25 ବର୍ଷ ର ବିଭିନ୍ନ ପଞ୍ଚାୟତ ର କାର୍ଯ୍ୟ ଯୋଜନା ପାଇଁ ଏହି ବୈଠକ ରେ ବିଭିନ୍ନ ପଞ୍ଚାୟତ ର ଆଲୋଚନା ସହ ପ୍ରତ୍ୟେକ ଗ୍ରାମର ଉର୍ନ୍ନତି ମୂଳକ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲା ।

ଏହି ଯୋଜନା ରେ ଆଲୋଚନା ଗୁଡିକ ହେଲା ଡ୍ରେନେଜ ଗୁଡିକ ସଫା କରି ମଶା ମାସି ଙ୍କ ପାଇଁ ବିଚିଙ୍ଗ ପାଉଡର ବ୍ୟବହାର କରିବା , ଲୋକଙ୍କୁ ପାନୀୟ ଜଳ ଯୋଗାଣ ସମସ୍ୟା ର ସୁବିଧା ଆଦି ବିଭିନ୍ନ ବିଭାଗୀୟ କାର୍ଯ୍ୟର ସମୀକ୍ଷା ସହ ଦାରିଦ୍ର ଦୂରୀକରଣ ଓ ଉନ୍ନୟନ ମୁଳୋକ

କାର୍ଯ୍ୟ ଗୁଡିକର ସମୀକ୍ଷା ଓ ଅନ୍ୟା ଅନ୍ୟ ଅଧକ୍ଷା ଙ୍କ ଅନୁମତି କ୍ରମେ ସମୀକ୍ଷା ବୈଠକ ହୋଇଥିଲା । ଏହି ବୈଠକ ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ ।

ବିଷମକଟକ ରୁ ଶିବ ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।