ଠିକ୍ ସମୟରେ କାର୍ଯ୍ୟାଳୟକୁ ନ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ।

ନୟାଗଡ଼ ;ତା-୨୦/୦୪(ବିଏମସି ଟିଭି ଓଡ଼ିଆ)

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସୁନଥିବା ଜଣାପଡୁଛି । ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ ହେଉଛି। ଏହାକୁ ନେଇ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଠିକ୍ ଦିନ ୧୦ଟା ବେଳେ ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ।ଠିକ୍ ସମୟରେ ଅଫିସ ନ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ସିଧାସଳଖ ସୂଚାଇବା ସହିତ ବିଭାଗର ସମସ୍ତ କର୍ମଚାରୀ ନିରନ୍ତର ଭାବେ ନିଜ ଡ୍ୟୁଟିରେ ଯୋଗଦେବାକୁ କୁହାଯାଇଛି। ଏହା ବିଭାଗର କମିଶନର ତଥା ସଚିବଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ତେବେ ଏହା ଏକ ସଠିକ ପଦକ୍ଷେପ ବୋଲି ଜନସାଧାରଣ ରେ ଚର୍ଚ୍ଚା ଚାଲିଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *