ଶୁଣିଲେଣି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଗୁହାରି,ଚାଲିଗଲା ଦୁଇ ଚାଷୀଙ୍କ ଜିବନ।

ନୟାଗଡ ; ତା-୦୩/୦୧(ବିଏମସି ଟିଭି ଓଡ଼ିଆ)

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଳକରେ ଚଳିତ ବର୍ଷ ଧାନ କ୍ଷୟକ୍ଷତି କୁ ନେଇ ଗୋଟିଏ ପଞ୍ଚାୟତର ଦୁଇ ଚାଷୀଙ୍କ ମୃତ୍ୟୁ ହୋଇଛି ।ଅଭିଯୋଗ ଅନୁଯାଇ ନୟାଗଡ଼ ଜିଲାର ରଣପୁର ବ୍ଳକର ୩୭ଟି ପଞ୍ଚାୟତର ଚାଷୀ ମାନଙ୍କର ଧାନ ଫସଲ ସହିତ ପନିପରିବା ଚାଷ ମଧ୍ୟ ଅଦିନିଆ ବର୍ଷା ରେ କ୍ଷେୟକ୍ଷତି ହୋଇଥିବା ଜଣା ପଡିଛି।୩୯୦୦ ହେକ୍ଟର ଚଳିତ ବର୍ଷ ଧାନ ଫସଲରେ ଶତକଡା ୮୦ ରୁ ୯୦ ଭାଗ ଅମଳ ଧାନ ଗଜା ଏବଂ ଗଛ ହୋଇଯିବ କ୍ଷତିକୁ ନେଇ ରଣପୁର ବ୍ଳକ ବଳଭଦ୍ରପୂର ପଞ୍ଚାୟତର ଦେବରାଜ ବାରିକ ବୟସ ୬୫ଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିବାବେଳେ ବାସୁଦିଆ ଗ୍ରାମର ଭଗବାନ ପ୍ରଧାନ ବୟସ ୬୨ଙ୍କର ବ୍ରେନଷ୍ଟୋକରେ ଭୁବନେଶ୍ୱର ରେ ଏକ ହସ୍ପିଟାଲରେ ମୃତ୍ୟୁବରଣ ହୋଇଛି। ଚାଷ କ୍ଷୟକ୍ଷତି କୁ ସହ୍ୟ କରିନପାରି, ଏବଂ ଚାଷ ପାଇଁ ଋଣ ମଧ୍ୟ କରିଥିଲେ। ଋଣ କିଭଳି ସୁଜିବେ, ଏବଂ ପରିବାର କିଭଳି ଚଳାଇବେ ସେ ଚିନ୍ତାରେ ଏଭଳି ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।କାରଣ ଡ଼ିସେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଣପୁର ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କ ଦୁଃଖ କଥା ବୁଝିବା ପାଇଁ ଆସିଥିଲେ କିନ୍ତୁ ଚାଷୀ ଅଭିଯୋଗ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚାଷୀଙ୍କ କଥା ଶୁଣି ନ ଥିଲେ ତେଣୁ ବାଧ୍ୟ୍ୟ ହୋଇ ଚାଷୀ ଆତ୍ମହତ୍ୟା କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।ଖାଲି ମିଛରେ ସରକାର ବାହାସ୍ପଷ୍ଟ ମାରୁଛନ୍ତି।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *