ଅଘରିଆ ସମାଜ ବାମଣ୍ଡା ଆଞ୍ଚଳିକ କମିଟି ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ସମ୍ବଲପୁର;ତା-୨୭/୦୧)(ବିଏମସି ଟିଭି ଓଡିଆ)

ଅଖିଳ ଭାରତୀୟ ଅଘାରିଆ ସମାଜ, ବାମଣ୍ଡା ଆଞ୍ଚଳିକ କମିଟିର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଗତକାଲି ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସମ୍ବିଧାନ ପ୍ରଣେତା ଡ.ଭୀମ ରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ରାଜ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଉପଲକ୍ଷେ ପରୁଆଭାଡ଼ିର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ଆଞ୍ଚଳିକ ସଭାପତି ଭବାନୀ ଶଙ୍କର ନାୟକ ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ରାଜ୍ୟ ସଭାପତି ଗଙ୍ଗାଧର ନାଏକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସମ୍ପାଦକ ଅଶୋକ ପଟେଲ ପ୍ରାରମ୍ଭିକ ସୂଚନା ଓ ପରୁଆଭଡ଼ି ଗୁଡ଼ି ସଭାପତି ପୂର୍ଣ୍ଣ ଚନ୍ଦ୍ର ପଟେଲ ସ୍ଵାଗତ ଭାଷଣ ଦେଇଥିଲେ । ଅତିଥିଗଣ ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଅଘଘରିଆ ସମାଜର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ପରେ ଆୟୋଜିତ ସମ୍ବର୍ଦ୍ଧନା ପର୍ବରେ ନବ ନିର୍ବାଚିତ ଆଞ୍ଚଳିକ ସଭାପତି ଭବାନୀ ନାୟକ, ସମ୍ପାଦକ ଅଶୋକ ପଟେଲ, ଯୁବ ସଭାପତି ନିଲାନ୍ଦ୍ରି ପଟେଲ, ମହିଳା ସଭାପତି ସସ୍ମିତା ପଟେଲ, କୁସୁମୀ ମଣ୍ଡଳ ଉପ-ସଭାପତି ପ୍ରଶାନ୍ତ ପଟେଲ, ବଡ଼ରମା ଗୁଡ଼ି ସଭାପତି ସରୋଜ ପଟେଲ, ଜରାବଗା ଗୁଡ଼ି ସଭାପତି ସନ୍ତୋଷ ପଟେଲ, ହାଡ଼ିପାଲି ଗୁଡ଼ି ସଭାପତି ନେତ୍ରଭାନୁ ନାଏକ, କୁଚିଣ୍ଡା ଗୁଡ଼ି ସଭାପତି ନନ୍ଦଲାଲ ପଟେଲ, ପାଲେନ ପଡ଼ା ଗୁଡ଼ିର ରୁଦ୍ରପ୍ରତାପ ନାଏକ, ସଗରା ଗୁଡ଼ିର ଅମିୟ ପଟେଲଙ୍କ ସମେତ ପାଞ୍ଚଗୋଟି ମଣ୍ଡଳର କର୍ମକର୍ତ୍ତାଙ୍କୁ ରାଜ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଆସନ୍ତା ମାସକ ଭିତରେ ପ୍ରତ୍ୟେକ ଗୁଡ଼ିର ସଭା କରିବାକୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରା ଯାଇଥିଲା । ଶେଷରେ ବିଭୂତି କଲ୍ୟାଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *