ସର୍ଵ ନିମ୍ନ ମଜୁରୀ ଆଇନ୍ କାର୍ଯକାରୀ କରିବା ଦାବିରେ ଏଆଇଟିୟୁସି ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ଘେରାଉ।



ବ୍ରହ୍ମପୁର: ତା:- ୫/୫/୨୦୨୫: (ବିଏମସି ଟିଭି ଓଡ଼ିଆ)

ଶ୍ରମିକ ଶ୍ରେଣୀ ଓ ସାମ୍ୟବାଦର ମହାନାୟକ କାର୍ଲ ମାର୍କସଙ୍କ ୨୦୮ ତମ ଜୟନ୍ତୀ ଅଵସରରେ ୫ମେ ରେ ଏଆଇଟିୟୁସି ପକ୍ଷରୁ ଦେଶବ୍ୟାପୀ ସର୍ବନିମ୍ନ ମଜୁରୀ ଆଇନ କଡାକଡି ଭାବେ କାର୍ଯ୍ୟକାରୀ କରିଵା ଦାଵିରେ ଏଆଇଟିୟୁସି ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ସ୍ଥିତ ଉପ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଶ୍ରମର ସମ୍ମାନ ଜନକ ମୂଲ୍ୟାୟନ ଓ ଶ୍ରମ ଶୋଷଣ ବିରୋଧରେ ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ପାର୍କ ସାହି ଜିଲ୍ଲା କାର୍ଯ୍ୟଳୟ ଠାରୁ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ ପୁର୍ଵକ ଯୁଗ୍ମ ଶ୍ରମ କମିଶନର ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଭାରତୀୟ ଶ୍ରମ ସମ୍ମିଳନୀର ୧୫ତମ ସୁପାରିଶ ଭିତ୍ତିରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ବେଳେ ପ୍ରତ୍ୟେକ ଶ୍ରମିକର ଖାଦ୍ଯ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ପରିବହନ, ବିଦ୍ୟୁତ, ମୋବାଇଲ ଓ ଏହାର ରିଚାର୍ଜ, ବୃଦ୍ଧ ପିତାମାତା, ସନ୍ତାନ ସନ୍ତତି ଙ୍କ ଵ୍ଯୟକୁ ବିଚାରକୁ ନେଇ ମଜୁରୀ ନିର୍ଦ୍ଧାରଣ କରିବା, ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ସୁପାରିଶ ମତେ ସମସ୍ତ ସ୍କିମ ଶ୍ରମିକ ଯଥା ଆଇସିଡିଏସର ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକା, ଜାତୀୟ ସ୍ଵାସ୍ଥ୍ୟ ମିଶନର ଆଶା, ମଧ୍ୟାହ୍ନ ଭୋଜନର ପାଚିକା, ସହାୟିକା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଜୀବିକା ମିଶନର ଇସି ସଦସ୍ଯ ଓ ଗୋପାଳ ପୁର ବନ୍ଦର ଶ୍ରମିକ ମାନଙ୍କୁ ମଜୁରୀ ବୃଦ୍ଧି କରିବା ସହ ବର୍ଷ ସାରା କାମ ଯୋଗାଇ ଦେବା,ଅନ୍ୟାନ୍ୟ ସ୍କିମ ଶ୍ରମିକଙ୍କୁ ଶ୍ରମିକ ମାନ୍ୟତା ସହ ଏମାନଙ୍କ ଶ୍ରମକୁ ଓ ଗ୍ରାମ ପଞ୍ଚାୟତ ରାତ୍ର ଜଗୁଆଳୀ, ପିଅନ, ଓ ସଫେଇ ଶ୍ରମିକଙ୍କ ଶ୍ରମ କୁ ଅନୁସୂଚିତ ଶ୍ରମ ତାଲିକାରେ ବିଜ୍ଞାପିତ କରିବା ସହ ସର୍ବନିମ୍ନ ମଜୁରୀ ପ୍ରଦାନ କରିଵା ଵ୍ଯଵସ୍ଥା ପାଇଁ ଦାବି କରାଯାଇଛି। ସେହିଭଳି ସରକାରୀ ଅନୁଦାନ ହ୍ରାସ ହେତୁ ଜୀବିକା ହରାଇଥିବା ଉଦ୍ୟାନ ସାଥୀଙ୍କୁ କର୍ମନିଯୁକ୍ତି ଇତ୍ୟାଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଆଇଟିୟୁସି ର ବରିଷ୍ଠ ନେତା ପ୍ରବୀଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଏଆଇଟିୟୁସି ରାଜ୍ଯ ନେତା ପ୍ରଶାନ୍ତ କୁମାର ପଟ୍ଟଯୋଶୀ, ଜିଲ୍ଲା ସମ୍ପାଦକ ଅଳକନାଥ ମିଶ୍ର,ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ସେଠି,  ଆଂଚଳିକ ସମ୍ପାଦକ କାମଦେବ ନାହାକ,   ଆସିକା ଚିନି ଶିଳ୍ପ କର୍ମଚାରୀ ନେତା କୈଳାସ ପଟ୍ଟନାୟକ , ବିଦ୍ୟୁତ କର୍ମଚାରୀ ନେତା ଦୁର୍ଗା ପ୍ରସାଦ , ଅଙ୍ଗନବାଡ଼ି ନେତ୍ରୀ ମମତା ଖୁଣ୍ଟିଆ , ପାଚିକା ସଂଘର ଜିଲ୍ଲା ନେତା ରାଜେନ୍ଦ୍ର ଦାସ   ପ୍ରମୁଖ ଉଦବୋଧନ ଦେଇ ତୁରନ୍ତ ଭାରତୀୟ ଶ୍ରମ ସମ୍ମିଳନୀର ଅଧିବେଶନ ଡକାଇ ଶ୍ରମିକ ଶ୍ରେଣୀର ହକ ଏଵଂ ଅଧିକାରର ଆଵଶ୍ଯକୀୟ ସୁପାରିଶ ଭିତ୍ତିରେ ଶ୍ରମିକ ଶ୍ରେଣୀର ସ୍ଵାର୍ଥ ରକ୍ଷା କରିଵା, ସର୍ବନିମ୍ନ ମଜୁରୀ ବୋର୍ଡ ବୈଠକ ଡକାଇ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା, ଶ୍ରମିକ ଵିରୋଧୀ ଶ୍ରମ କୋଡ଼ ବାତିଲ ଓ ଦରଦାମ ଵୃଦ୍ଧି ନିୟନ୍ତ୍ରଣ ପାଇଁ  ଦାବୀ କରିଥିଲେ।ରାଜ୍ୟରେ ଡଵଲ ଇଞ୍ଜିନ ସରକାର ସର୍ଵ ନିମ୍ନ ମଜୁରୀ ଵଢାଉ ନଥିଵାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ କର୍ମକ୍ଷମ ଯୁବକ ଯୁବତୀ ବିଭିନ୍ନ ରାଜ୍ୟକୁ ବନ୍ଧୁଆ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଇ ଶୋଷଣର ଶିକାର ହେଵା ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ନୂତନ କର୍ମସଂସ୍ଥାନ ଯୋଗାଇଵା ପରିବର୍ତ୍ତେ କାର୍ଯ୍ୟରତ ଏକ ଲକ୍ଷ ଅଣଷଠି ହଜାର ମିଶନ ଶକ୍ତି ସ୍କିମ ଓ୍ଵାର୍କରଙ୍କୁ ଵହିସ୍କାର କରିବା ଘଟଣାକୁ ନିନ୍ଦା କରାଯାଇଥିଲା। ସରକାରୀ ଵ୍ଯୟ ଵରାଦ ଅଭାବରୁ ହଜାର ହଜାର ଉଦ୍ୟାନ ସାଥୀ କାମ ହରାଇ ଵେରୋଜଗାର ହୋଇଥିଵାରୁ ସେମାନଙ୍କୁ କର୍ମ ନିଯୁକ୍ତି ପାଇଁ ଦୃଢ଼ ଦାବି କରାଯାଇଥିଲା।ନିର୍ମାଣ ଶ୍ରମିକ ପଞ୍ଜିକରଣ ଵ୍ଯଵସ୍ଥାର ସରଳିକରଣ ସହ ବିଭିନ୍ନ ବକେୟା ସୁବିଧା ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା। ଆଜିକାର ଏହି ଆନ୍ଦୋଳନରେ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ର ହରିହର ପାତ୍ର ରୋହିତ ବିଷୋୟୀ,ପ୍ରଫୁଲ୍ଲ ଜେନା, ଦୈତାରୀ ରେଡ୍ଡୀ, ନର୍ମଦା ନାହାକ, ଯୁଗଳ କିଶୋର ଶତପଥୀ, ମାଡିକେଶ୍ବରୀ ପଟ୍ଟନାୟକ,ପ୍ରମୁଖ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରମୁଖ ଏହି ସଭା ଓ ଶୋଭାଯାତ୍ରା ପରିଚାଳନା କରିଥିଲେ।

ଛତ୍ରପୁର ରୁ ନିମାଇଁ ଚରଣ ମହାନ୍ତିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *