ଦଶପଲ୍ଲା – ୧୯/୦୬ (ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଏନଏସି ଅନ୍ତର୍ଗତ କୃଷ୍ଣଶରଣପୁରପାଟଣାର ଅଜୟ କୁମାର ବେହେରା ୨୦୨୪-୨୫ ବର୍ଷପାଇଁ ‘ପ୍ରକୃତି ବନ୍ଧୁ’ ପୁରସ୍କାର ପ୍ରାପ୍ତ କରିଛନ୍ତି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।ଜିଲ୍ଲାସ୍ତରୀୟ ବିକାଶ ମେଳା ର ଉଦଯାପନୀ ସମାରୋହ ରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଙ୍କ ଦ୍ଵାରା ଦଶହଜାର ଟଙ୍କା, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷରୋପଣ, ପରିବେଶ ସଚେତନତା ସହ ପରିବେଶ ସମ୍ବନ୍ଧୀୟ ବହୁବିଧ କାର୍ଯ୍ୟକ୍ରମ ପାଇଁ ଅଜୟଙ୍କୁ ଏଭଳି ପୁରସ୍କାର ପ୍ରଦାନ କରାଯାଇଥିଲା। ବଡକଥା ହେଲା ଶିକ୍ଷକ ଅଜୟ କୁମାର ବେହେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନେଳିଗୋଡା ବିଦ୍ଯାଳୟରେ ଶିକ୍ଷାଦାନ ସହିତ ବଳକା ସମୟକୁ ପରିବେଶ ସୁରକ୍ଷା ପାଇଁ ନିଜକୁ ନିୟୋଜିତ କରିବାକୁ ବେଶ୍ ପସନ୍ଦ କରିଥାନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।