ଦଶପଲ୍ଲା ;ତା-୨୮/୦୬(ବିଏମସି ଟିଭି ଓଡ଼ିଆ)
ବିକାଶ ର ପ୍ରକୃତ ଅର୍ଥ ଦଶପଲ୍ଲା ରେ ଦେଖିବାକୁ ମିଳିଛି। ବିଗତ ସରକାର ସ୍ୱାସ୍ଥ୍ୟ ସେବା ର ଉନ୍ନତି ପାଇଁ ଅନେକ ଅବଦାନ ରହିଛି। ମାତ୍ର ତାହାର ସଠିକ ରୂପାୟନ ହୋଇପାରିନାହିଁ। କାରଣ ନୟାଗଡ ଜିଲ୍ଲା ଦଶପଲ୍ଲା ଏନ ଏ ସୀ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପଡି ରହିଛି ଆମ୍ବୁଲାନ୍ସ। ବିଜେଡି ର ପୂର୍ବତନ କନ୍ଧମାଳ ସାଂସଦଏବଂ ଦଶପଲ୍ଲା ବିଧାୟକ ଙ୍କ କରକମଳରେ ଦଶପଲ୍ଲା ବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସେବାକୁ ଲକ୍ଷ୍ୟ ରଖି ଆମ୍ବୁଲାନ୍ସ ସେବା ର ଉଦଘାଟନ କରିଥିଲେ। ତେବେ ସ୍ୱାସ୍ଥ୍ୟ ସେବା ନା ରେ ଏହା ଥିଲା ଏକ ପ୍ରହେଳିକା। ଦଶପଲ୍ଲା ବାସୀ ଙ୍କୁ ସେ ସମୟରେ ଦିନରେ ଲାଣ୍ଠିନି ଦେଖାଇବା ଥିଲା ମୁଖ୍ୟ କଥା ବୋଲି ସାଧାରଣ ରେ ଆଲୋଚନା ହେଉଛି। ପ୍ରକୃତ ସେବା ମନୋବୃତି ଥିଲେ ଏମିତି ସାଂସଦଙ୍କ ପାଣ୍ଠି ଲେଖି ଆମ୍ବୁଲାନ୍ସ କୁ ଖତ ହୋଇ ନ ଥାନ୍ତା ବୋଲି ଆଲୋଚନା ହେଉଛି। ଦେଖାଯାଉ ଏମିତି କେତେ ଦିନ ଦଶପଲ୍ଲା ବାସୀଙ୍କୁ ଭୁଆଁ ବୁଲାଇ ଶୂନ୍ୟ ରାଜନୀତି ଚାଲିଥିବ ତାହା ଦେଖିବାକୁ ବାକି ରହିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।