ରାସ୍ତା ଜବରଦଖଲ କରି ଗୃହନିର୍ମାଣ ଅଭିଯୋଗ ।

ବୋଲଗଡ଼ ; ତା-୧୮/୦୨ (ବିଏମସି ଟିଭି ଓଡ଼ିଆ)

ବୋଲଗଡ଼ ବ୍ଲକ କଡବ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଟୁଆ ଗ୍ରାମରେ ସର୍ବ ସାଧାରଣ ରାସ୍ତାକୁ ୨ ଜଣ ବ୍ୟକ୍ତି ଜବରଦଖଲ କରି ନିଜ ଅକ୍ତିଆରରେ ରଖିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏବେ ଏହି ରାସ୍ତା ଉପରେ ଗୃହନିର୍ମାଣ ଜାରୀ ରଖିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏଥିନେଇ ସୋମବାର  ଚଟୁଆ ଗ୍ରାମର ୩୦ ରୁ ଉର୍ଦ୍ଧ ବାସିନ୍ଦା ମାନେ ବୋଲଗଡ଼ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିବା ବେଳେ ସେ କାର୍ଯ୍ୟାଳୟ ରେ ଉପସ୍ଥିତ ନଥିବାରୁ ସେମାନେ ଆଡିସନାଲ ତହସିଲଦାର ଦୀପ୍ତିମୟୀ ଶର୍ମାଙ୍କୁ ଭେଟିଥିଲେ ମଧ୍ୟ ସେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ।

ଅଭିଯୋଗ ଅନୁଯାୟୀ ସଂପୃକ୍ତ ଗ୍ରାମ ଦେଇ ଯାଇଥିବା ଆରଡି ରାସ୍ତା ଠାରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତା(ଚଟୁଆ ମୌଜା ର ଖାତା ନଂ -୩୦୮,ପ୍ଲଟ ନଂ -୩୭୯)କୁ ଦୁଇଜଣ ବ୍ୟକ୍ତି ନିଜ ଅକ୍ତିଆର ରେ ରଖିଥିବା ବେଳେ ଏହାକୁ ମାପ ଚିହ୍ନଟ କରି ଜବରଦଖଲ ମୁକ୍ତ କରିବା ପାଇଁ ଦୀର୍ଘ ୪ ମାସ ଧରି ଗ୍ରାମବାସି ମାନେ ପ୍ରଚେଷ୍ଟା କରି ଚାଲିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ଏଥିନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରାଯାଇଥିଲା ବେଳେ ବିଭାଗ ପକ୍ଷରୁ ବୋଲଗଡ଼ ତହସିଲ କାର୍ଯ୍ୟାଳୟକୁ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା।ତେବେ ଏହା ମଧ୍ୟରେ ଅନେକ ଥର ସଂପୃକ୍ତ ଗ୍ରାମବାସୀ ମାନେ ତହସିଲଦାର ଙ୍କୁ ଶୀଘ୍ର ମାପଚିହ୍ନଟ କରି ପଦକ୍ଷେପ ନେବାକୁ ନିବେଦନ କରାଯାଇଥିଲେ ବି କୌଣସି ସୁଫଳ ମିଳୁନାହିଁ ।

ଅପରପକ୍ଷରେ ରାସ୍ତା ଜବରଦଖଲ ନେଇ ଗ୍ରାମବାସୀ ମାନେ ଚଳପ୍ରଚଳରେ ନାନାଦି ଅସୁବିଧା ଭୋଗ କରୁଥିବାବେଳେ ଜବରଦଖଲକାରି ସେଠାରେ ଦୃତଗତିରେ ଗୃହନିର୍ମାଣ ଜାରୀ ରଖିଛନ୍ତି।ଏଥିନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ସଞ୍ଜୟ ସାହୁ,ହେମନ୍ତ ସାହୁ, ପ୍ରଦୀପ ମହାରଣା,ଲକ୍ଷ୍ମଣ ମୁଦୁଲି,କୃଷ୍ଣଚନ୍ଦ୍ର ବାରିକ, ଚରଣ ବେହେରା ପ୍ରମୁଖ ଦାବି କରିଛନ୍ତି।

ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *