କୋରାପୁଟ ;ତା-୦୪/୦୬(ବିଏମସି ଟିଭି ଓଡ଼ିଆ)
ଗତ କାଲି ରାତି କୋରପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ପାଇଁ ଏକ କଳା ଦିନ ଥିଲା ବୋଲି କହିଲେ ଭୁଲ ହେବନି ଗତକାଲି ବିଳମ୍ବିତ ରାତିରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ଆଇ ସି ୟୁ ୱାର୍ଡ ରେ ପନ୍ଦର ମିନିଟ୍ ଭିତରେ ତିନି ଜଣ ରୋଗୀ ମୃତ୍ୟୁ ବରଣ କରିଥିବା ଓ ୱାର୍ଡ ରେ ଆଉ ଦୁଇ ଜଣ ରୋଗୀ ଙ୍କ ର ମୃତ୍ୟୁ ହୋଇଥିବାପରିବାର ବର୍ଗ ତଥା ରୋଗୀଙ୍କ ର ସଂପର୍କିୟ ଅଭିଯୋଗ କରିଥିବା ବେଳେ ଆଜି ଆଉ ଜଣେ ରୋଗୀ ଙ୍କ ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ କହିଛି ଅଭିଯୋଗ ର ତଦନ୍ତ ଏକ କମିଟି ଗଠନ କରି କରାଯିବା ସହ ଯଦି ଆବଶ୍ୟକତା ପଡ଼େ ରାଜ୍ୟସରକାର ଙ୍କ ସହାୟତା ନିଆଯିବ ବୋଲି କହିଥିଲେ । ମୃତକ ମାନେ କୋରପୁଟ ବୋରିଗୁମ୍ମା କଳାହାଣ୍ଡି ଅଞ୍ଚଳର ହୋଇଥିବା ବେଳେ ଆୟୁସି ୱାର୍ଡ ରେ ଭଗବାନ ପରଜା ,ଶୁକ୍ରା ମାଝୀ ,ରୁକ୍ମିଣୀ ଖୁଣ୍ଟିଆ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଛି । ସେହିପରି ବତିଖରା ଓ ଫୁଲମତି ମାଝୀ ୱାର୍ଡ ରେ ମୃତ୍ୟୁ ବରଣ କରିଛନ୍ତି ।ସେହିପରି କୋଟପାଡ଼ ର ଜଗନ୍ନାଥ ପୂଜାରୀ ଅନ୍ୟତମ ଅଟେ । ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ କ୍ରସ ପାଣ୍ଠି ରୁ ମୃତକ ଙ୍କ ପରିବାର ଙ୍କୁ ଦଶ ହଜାର ଟଙ୍କା ଆର୍ଥିକ ରାଶି ସହାୟତାପ୍ରଦାନ କରାଯାଉଛି ।ଅନ୍ୟପକ୍ଷେ ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଙ୍କ ପକ୍ଷ ରୁ ବରମ୍ ପୁର୍ ଗୋଟେ ଡିଏମ ଏ ଲ ଟି ଗୋଟେ ଟିମ୍ କଟକ ରୁ ଗୋଟେ ଟିମ୍ ଆଜି ରାତି ସୁଦ୍ଧା କୋରପୁଟ ରେ ପହଞ୍ଚି ଘଟଣା ର ତଦନ୍ତ କରିବେ ବୋଲି କୋରପୁଟ ମେଡ଼ିକାଲ କଲେଜ କତୃପକ୍ଷ ଡ.ଶୁଶାନ୍ତ କୁମାର ସାହୁ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ।ମୃତକ ଙ୍କ ଘଟଣାଟି ଜିଲ୍ଲା ରେ ଚହଳ ସୃଷ୍ଟି କରିଛି ।
କୋରାପୁଟ ରୁ ଦେବାଶ୍ରିତ୍ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।