ବାଲିମେଳାରେ ଆମ୍ବେଦକର ଜୟନ୍ତୀ ପାଳିତ।

ମାଲକାନଗିରି ;ତା-୨୦/୦୪(ବିଏମସି ଟିଭି ଓଡ଼ିଆ)

ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ ବାଲିମେଳା ସହରରେ ସ୍ମୁତି କମିଟି ପକ୍ଷରୁ ଧୁମ ଧାମରେପାଳନ କରାଯାଇଛି। ସହରର ଆମ୍ବେଦକର ଛକ ନିକଟରେ ଥିବା ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ସଙ୍ଗର ସଭାପତି ହାଡୁ ହନ୍ତାଳଙ୍କ ନେତୃତ୍ବରେ ସଂଘର ସମସ୍ତ ସଦସ୍ୟାସଦସ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ରାଜେନ୍ଦ୍ର କୂଳଦୀପ, ଗୌର ଖିଲ, କୃଷ୍ଣ ବାଘ, ମଙ୍ଗଳା ପାଙ୍ଗି, କାଶିଆ ମଲ୍ଲିକ, ସୁରେଶ ଖୋସଲା, ମଦନ ଖୋସଲା ଓ ଚିତ୍ତ ରଞ୍ଜନ କୂଳଦୀପପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସନ୍ଧ୍ୟାରେ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ସନ୍ଦ୍ୟାରେ ପରିକ୍ରମା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗ ଦେଇଥିବା ବେଳେ ସଂମାନୀୟ ଅତିଥି ଭାବରେ ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ନିର୍ବାହୀ ଅଧିକାରୀ ମୁନା ତୁରୁକ, ଜବାହରଲାଲ ନବୋଦୟ ବିଦ୍ୟାଳୟ ମାଲକାନଗିରି -୨ ଅଧ୍ୟକ୍ଷ ବ୍ରାହ୍ମଦେଭ ପ୍ରସାଦ, ମାଲକାନଗିରି ଜିଲ୍ଲା ଏମୟୁଯେ ସାମ୍ବାଦିକ ସଙ୍ଗର ସଭାପତି ଦେବ ପ୍ରସାଦ ଦାସ,ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଅଵସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ଏମ. ବୈରାଗି ସୁବୁଦ୍ଧି, ମାଲକାନଗିରି ସହିଦ ଡମ୍ବ ସମାଜ ସଂଘ ସଭାପତି ବଳରାମ ଅନୁଗୁଳିଆ ଓ ଆର. ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ସୃସୀ ସଂଘ ମିତ୍ରା ଜେନା ଯୋଗ ଦେଇ ଡ଼ ଆମ୍ବେଦକର ଙ୍କ ସମ୍ବିଧାନ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ସ୍ନିଗ୍ଧା ବେହେରାଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ୱର୍ଦ୍ଧନା କରାଯାଇଥିଲା। ସେହିପରି କୁନି କୁନି ପିଲାମାନଙ୍କ ମଧ୍ୟରେ ହୋଇଥିବା ଚିତ୍ରଙ୍କନ, ବକ୍ତୃତା, ରଚନା, ଆଦିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଅତିଥି ମାନେ କରିଥିଲେ।ଶେଷରେ ମନୋରଞ୍ଜନ ପାଇଁ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା।

ମାଲକାନଗିରି ରୁ ଦିଲିପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *