ଦିଲ୍ଲୀସ୍ଥିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ପାଇଁ ଅମ୍ଳାନ ଅମିତ ପ୍ରିୟଦର୍ଶନ ମନୋନୀତ।

ଖୋର୍ଦ୍ଧା ; ତା-୧୨/୦୧(ବିଏମସି ଟିଭି ଓଡ଼ିଆ)

ଦେଶର ରାଜଧାନୀ ଦିଲ୍ଲୀ ଠାରେ ଜାନୁଆରୀ ୨୬ରେ ଦେଶ ତା’ର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରିବ।ଏହି ପବିତ୍ର ଦିବସରେ ଭବ୍ୟ ଭାବେ  ଦେଶର  ୩ବାହିନୀ,ସୁରକ୍ଷା ବାହିନୀ,
ପ୍ରତ୍ୟେକ ରାଜ୍ୟର ପ୍ରଜ୍ଞାନ ମେଢ଼ ସମେତ  ରାଜ୍ୟ ମାନଙ୍କରୁ ପ୍ରତିଭା ସମ୍ପର୍ଣ୍ଣ ଛାତ୍ରଛାତ୍ରୀ ପ୍ରମୁଖ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ।ତେବେ ଏହି ଐତିହାସିକ ଦିଲ୍ଲୀ ପ୍ୟାରେଡ଼ରେ ଯୋଗ ଦେବା  ପାଇଁ    ଖୋର୍ଦ୍ଧା ଜିଲ୍ଲାରୁ ମହାବିଦ୍ୟାଳୟ ସ୍ତରରୁ ୨ଜଣ  ଛାତ୍ର ମନୋନୀତ ହୋଇଛନ୍ତି।ତନ୍ମଧ୍ୟରୁ ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ ଅମ୍ଳାନ ଅମିତ ପ୍ରିୟଦର୍ଶନ ଅନ୍ୟତମ।ଶ୍ରୀ ପ୍ରିୟଦର୍ଶନ ବୋଲଗଡ଼ସ୍ଥିତ ଗଡ଼ଭିତର ସାହି ବିଶିଷ୍ଠ କଂଗ୍ରେସ ସଂଗଠକ ଗଦାଧର ଚମ୍ପତିଙ୍କ ଏକ ମାତ୍ର ପୁତ୍ର ସନ୍ତାନ।ଅମ୍ଳାନ ପରମାନନ୍ଦ ମହାବିଦ୍ୟାଳୟର ଡିଗ୍ରୀ କଲେଜର ୨ୟ ବର୍ଷର କଳା ଛାତ୍ର ଅଟନ୍ତି। ସର୍ବପରି ଅମ୍ଳାନ ଦିଲ୍ଲୀସ୍ଥିତ ଐତିହାସିକ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଯୋଗ ଦେବାକୁ ଜିଲ୍ଲା ମହାବିଦ୍ୟାଳୟ ସ୍ତରରେ ମନୋନୀତ ହୋଇ ଅଦ୍ୟପି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ନିମନ୍ତେ ଅଭ୍ୟାସ ରତ ରହିଛନ୍ତି।ଶ୍ରୀ ପ୍ରିୟଦର୍ଶନ ଅଂଚଳ ତଥା ବୋଲଗଡ଼ର ଗର୍ବ ଭାବେ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା ପ୍ରକାଶ ପାଇଛି।

ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *