ରାଇରଙ୍ଗପୁର ;ତା-୦୬/୦୨(ବିଏମସି ଟିଭି ଓଡ଼ିଆ)
ମୟୁରଭଞ୍ଜ ଜିଲ୍ଲା ଯାମଦା ବ୍ଲକ ଅନ୍ତର୍ଗତ ମାନବୀର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରୀ ଜ୍ଞାନେନ୍ଦ୍ର ସାମଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ ନାଏକ ମଂଚ ପରିଚାଳନା କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୁଗୋପାଳ ଗୋପ,ସଂମାନୀୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୁଭାଶିଷ ଦାସ,ହରିଲା ବେଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲୁ କୁମାର ଦାସ,ତାରଣା ଆଶ୍ରମ ବିଦ୍ୟାଳୟର

ପ୍ରଧାନ ଶିକ୍ଷକ ସୁଦାମ ଚନ୍ଦ୍ର ଦତ୍ତ, ବଡ଼ ଗୋବରା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌର ଚନ୍ଦ୍ର ବାରିକ,କୁକଡ଼ିମୁଣ୍ଡି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ମଣ୍ଡଳ ସ୍ୱତନ୍ତ୍ର ଅତିଥି ଭାବେ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚାଭିଳାସୀ ଓ ଶୃଙ୍ଖଳିତ ହୋଇ ଅଧ୍ୟୟନ କରିବା ଦିଗରେ ପ୍ରେରଣା ଦେଇଥିଲେ।ମାନବୀର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ବେହେରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଶିକ୍ଷଇତ୍ରୀ ଚମ୍ପା ଟୁଡୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହୋଦୟ ତଥା ସମସ୍ତ ସଭ୍ୟସଭ୍ୟା ଉତ୍ସବରେ ଉପସ୍ଥିତ ଥିଲେ।ଶିକ୍ଷକ ବିମ୍ବାଧର ନାଏକ,ଶାନ୍ତିଭୂଷଣ ଗିରି,ପ୍ରଶାନ୍ତ କୁମାର ମହାନ୍ତ,ମ୍ୟାଟ୍ରନ କୁଇଲ ଟୁଡୁ,ରୋଷେୟା ଲୀଳାବତୀ ଦେଓଗାମ ଓ ବିଜୟ ହେମ୍ରମ କାର୍ଯ୍ୟକ୍ରମରେ ସହାୟତା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଚମ୍ପା ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।