ଶାରଦା ଦେବୀ ପବ୍ଲିକ୍ ସ୍କୁଲରେ ମୋବାଇଲ୍ ବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ସମ୍ବଲପୁର:ତା.୧୦/୦୭(ବିଏମସି ଟିଭି ଓଡିଆ)

ବରପାଲି ସ୍ଥିତ ଶାରଦା ଦେବୀ ପବ୍ଲିକ୍ ସ୍କୁଲରେ ଶିଶୁମାନଙ୍କ ମୋବାଇଲ୍ ବ୍ୟବହାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳନ ହୋଇଥିଲା । ସ୍କୁଲ ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ସାମଲଙ୍କ ତତ୍ତ୍ୱାବଧାନରେ ଶିକ୍ଷୟତ୍ରୀମାନେ ଡ୍ରାମା ମାଧ୍ୟମରେ ଶିଶୁମାନଙ୍କର ମୋବାଇଲ ବ୍ୟବହାର ଓ ତାର କୁପ୍ରଭାବ ଉପରେ ଜଣାଇଥିଲେ । ଡ୍ରାମା ମାଧ୍ୟମରେ ଉପସ୍ଥାପନା କରିବା ଦ୍ୱାରା ଶିଶୁମାନେ ଶିଘ୍ର ବୁଝିପାରନ୍ତି । ଏହି ପ୍ରୟାସ ସମସ୍ତ ସ୍କୁଲରେ ହେବା ଜରୁରୀ। ସାଂପ୍ରତିକ ସମାଜରେ ବିଶ୍ୱର ଶିଶୁ ପାଇଁ ମୋବାଇଲ୍ ଏକ ନିଶା ପାଲଟିଛି। ଛୋଟ ଶିଶୁମାନେ ଅଧିକ ସମୟ ଧରି ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ମସ୍ତିସ୍କ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିଯାଉଛି । ନିଜ ଘରେ ଶିଶୁମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ବ୍ୟବହାର କରୁଛନ୍ତି । ବାପାମାଆ ମାନେ ମୋବାଇଲ୍ ବାରଣ କରିବା ଦ୍ୱାରା ସେମାନେ ଚିଡିଚିଡା ହେଉଛନ୍ତି। ପାଠପଢ଼ାରୁ ଦୂରେଇ ଯାଇ ଦିନରାତି ମୋବାଇଲ୍‌ରେ ବ୍ୟସ୍ତ ରହିବା ଯୋଗୁଁ ସେମାନଙ୍କ ମାନସିକ ଓ ଶାରୀରିକ ଉନ୍ନତି ହୋଇ ପାରୁନାହିଁ । ଘରେ ଖାଇବା ସମୟରେ ମଧ୍ୟ ଶିଶୁ ମାନେ ମୋବାଇଲ୍ ବ୍ୟବହାର କରୁଛନ୍ତି। ସେମାନଙ୍କୁ ମୋବାଇଲ୍ ଠାରୁ ଦୂରେଇ ରଖିବାର ଦାୟିତ୍ୱ ବାପାମାଆଙ୍କର। ଶାରଦା ଦେବୀ ପବ୍ଲିକ ସ୍କୁଲ ବରପାଲିର ଏହି ପ୍ରୟାସ ଦ୍ୱାରା ଅବିଭାବକମାନେ କହିଛନ୍ତି ଯେ ଏଭଳି ପ୍ରୟାସ ଶିଶୁମାନଙ୍କ ଉନ୍ନତିରେ ବହୁ ମାତ୍ରାରେ କାର୍ଯ୍ୟ କରିବ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *