୮୦୦ ଟଙ୍କା ର ଇନପୁଟ ସହାୟତା ରାଶି ଶୁଭାରମ୍ଭ କାଯ୍ୟକ୍ରମ ଅନୁଷ୍ଠିତ ।

ନୟାଗଡ଼ ; ତା-୦୮/୧୨(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ଜିଲ୍ଲା ସ୍ତରୀୟ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ ଶୁଭାରମ୍ଭ କାର୍ଯ୍ୟକ୍ରମ ନୟାଗଡ଼ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଛି।ବରଗଡ଼ ଜିଲ୍ଲାରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ନୟାଗଡ଼ ଷ୍ଟାଡିୟମଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ୟ୍ଯ କ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳ ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ସହ ଧାନବିକ୍ରିରେ ଚାଷୀ ଇନପୁଟ ସହାୟତା ପାଇବା ପରେ ଚାଷୀମାନେ ବହୁତ୍ ଲାଭବାନ ହେବେ ବୋଲି କହିଥିଲେ।

ଜିଲ୍ଲାରେ ୨୭ ଡିସେମ୍ବରରୁ ଧାନକିଣା ଶୁଭାରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।ଏ ବର୍ଷ ଟୋକନ ଅବଧୂ ଏକ ମାସ ବାଦ ଅତିରିକୁ ୭ ଦିନ ବୃଦ୍ଧି କରି ପାରିବା ପାଇଁ ସରକାର ବ୍ୟବସ୍ଥା କରିବା ପାଇଁ ସରକାର ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରିଥିବା କହିଥିଲେ । ଖଣ୍ଡପଡ଼ା ବିଧାୟକ ସରକାର ପ୍ରତିଶ୍ରୁତି ରକ୍ଷା କରି ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ବୋଲି କହିଥିଲେ। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା।

ନୟାଗଡ଼ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *