ସମ୍ବଲପୁର ;ତା-୨୮/୦୧(ବିଏମସି ଟିଭି ଓଡିଆ)
ବରପାଲି ବ୍ଲକ୍ ବୁରେlମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗ୍ରାମ୍ୟ ଜଳ ପରିମଳ କମିଟି ଗ୍ରାମ ବିକାଶର ମିଳିତ ସହଯୋଗ ରେ ବୁରୋମୁଣ୍ଡା ବିଦ୍ୟାଳୟ ପରିସରରେ “ଅନ୍ଵେଷା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା, ବରପାଲି ତହସିଲଦାର ରୁକ୍ମଣ ମେହେର ,କୋଶଲି ଭାଷାର କବି ଓ ଲେଖକ ଉତ୍ପନ୍ନ କୁମାର ଭୋଇ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଦାସ ଓ ପର୍ଶୁରାମ ପଧାନ। ସଭାପତିଙ୍କ ଦାୟିତ୍ଵ ନିର୍ବାହ କରିଥିଲେ ପାଟକୁଲୁଣ୍ଡା ଜମିଦାର କୃଷ୍ଣ କୁମାର ସିଂହ।

ପ୍ରଥମେ ଅତିଥି ବୃନ୍ଦ ମା ସରସ୍ଵତୀ, ଗଣେଶ ଓ ମା ସମଲେଶ୍ବରୀଙ୍କ ଙ୍କ ପାଦ ପଦ୍ମରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପ ମାଲ୍ଯାପର୍ଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବୁରୋମୁଣ୍ଡା ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋରାର୍ଜୀ ଭୋଇ ବିବରଣୀ ପାଠ କରିଥିଲେ। ଅତିଥିଗଣ ନିଜ ନିଜ ଅଭିଭାଷଣ ପ୍ରଦାନ କରିସାରିବା ପରେ ପାଞ୍ଚଟି ପଞ୍ଚାୟତର ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଗତ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଯଥା – ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ବିତର୍କ, ଶ୍ରୁତଲିଖନ, ଗୀତରେ କୃତିତ୍ଵ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଭାରେ ପଦ୍ମଶ୍ରୀ ହଲଧର ନାଗ ଙ୍କ କବିତା ପାଠ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିମାଇଁ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ସଭା ସଂଯୋଜନା କରିଥିଲେ ବର୍ଲାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୋହନ ପଧାନ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶୁଭେନ୍ଦୁ ଭୋଇ, ଗୋପାଳ ଭୋଇ, ଶିକ୍ଷୟିତ୍ରୀ ଗୀତା ସାହୁ, ଲଳିତା କୁଦେଇ , ଚମ୍ପାବତୀ ରାଉତ, ପ୍ରତିମା ସାହୁ , ଉମାକାନ୍ତ ଦୀପ, ଅରୁଣ ପଧାନ, ଗୌତମ ପଧାନ, ଗୌରାଙ୍ଗ ନାଏକ, ଯଦୁମଣି ସାହୁ, ମଧୁସୂଦନ ସାହୁ, ନାରାୟଣ ବାରିକ ଓ ପୁରୁଷୋତ୍ତମ ପଧାନ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।