ସମ୍ବଲପୁର ;ତା-୦୪/୦୨(ବିଏମସି ଟିଭି ଓଡିଆ)
ବାମରା ବ୍ଲକ ଟାଂଗରମୁଣ୍ଡା ଠାରେ ଅଖିଳ ଭାରତୀୟ ଅଘରିଆ ସମାଜର ଗୁଡ଼ି ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁଡ଼ି ଉପଦେଷ୍ଟା ଗଗନ ବିହାରୀ ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଉପଦେଷ୍ଟା ଗଙ୍ଗାଧର ନାୟକ ମୁଖ୍ୟ ଅତିଥି, ଯୁବ ସଭାପତି ପୀତବାସ ପଟେଲ ମୁଖ୍ୟବକ୍ତା ଓ ମଣ୍ଡଳ ସଭାପତି ଭିକାରୀ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆଗାମୀ ମହାସମ୍ମିଳନୀ, ଓବିସିଙ୍କୁ ସଂରକ୍ଷଣରେ ଅବହେଳା ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଗୁଡ଼ି ସଭାପତି କିରଣ କୁମାର ନାୟକ ସ୍ଵାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ । କବୟତ୍ରୀ କନକ ଲତା ପଟେଲ ଅଘରୀଆ ଭାଷାରେ ସ୍ବରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିତ୍ରଭାନୁ ପଟେଲ, ଦୀପକ ପଟେଲ, ସୁକାନ୍ତ ନାୟକ, ରୋଜି ଚୌଧୁରୀ, ନଭେଲ ପଟେଲ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଇତି ମଧ୍ୟରେ ଚାରି ଗୋଟି ଗୁଡ଼ିରେ ବୈଠକ ହୋଇ ସାରିଥିବା ବେଳେ ଆଗାମୀ ଦିନରେ ବାମଣ୍ଡା ଅଞ୍ଚଳର ଆଉ କୋଡ଼ିଏଟି ସ୍ଥାନରେ ବୈଠକ ହୋଇ ସଂଗଠନକୁ ମଜବୁତ କରାଯିବ ବୋଲି ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।