ପୁଣି ଜନନୀ ଯନ୍ତ୍ରଣା ୫କିମି ଦୋଳା ରେ ବୁହାହେଲେ ଗର୍ଭବତୀ ।

ଗଜପତି ;ତା-୨୬/୦୩(ବିଏମସି ଟିଭି ଓଡ଼ିଆ)

ଗଜପତି ଜିଲ୍ଲା ରେ ସୁଧୁରୁନି ଜନନୀ ଯନ୍ତ୍ରଣା ।ରାସ୍ତା ନଥିବାରୁ ଗର୍ଭବତୀ ଙ୍କୁ ପ୍ରାୟ ୫ କିଲୋମିଟର ବୋହି ଆଣିଲେ ପରିବାର ଲୋକେ ।ଗଜପତି ଜିଲ୍ଲା ମୋହନା ବ୍ଲକର ଗାବେଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ଅବ୍ରହାମ ମାଝୀ ଙ୍କ ସ୍ତ୍ରୀ ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶାକର୍ମୀ ମେରୀ ମାଝୀ ଙ୍କୁ ଜଣାଇଥିଲେ ।ଆଶାକର୍ମୀ ପହଞ୍ଚି ଆମ୍ବୁଲାନ୍ସ କୁ ଫୋନ କରିଥିଲେ ।ରାସ୍ତା ନଥିବାରୁ ଆମ୍ବଲlନ୍ସ ପହଞ୍ଚି ପାରିନଥିଲା ଗାଁ ରେ ।ଗ୍ରାମବାସି ଓ ପରିବାର ଲୋକେ କାଠ ରେ ଦୋଳା କରି ୫କିମି ବୋହି ଆଣିଥିଲେ ଜାତୀୟ ରାଜପଥ ୩୨୬କୁ ।ପରେ ବିରିକୋଟ ମେଡିକାଲ ରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଗର୍ଭବତୀ ମହିଳା ଲଳିତା ମାଝୀ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି ।ଉଭୟ ମା ଓ ଶିଶୁ ସୁରକ୍ଷିତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।ତେବେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗଜପତି ରୁ ମନୋଜ କୁମାର ପାଢ଼ୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *