ମାଲକାନଗିରି ;ତା-୦୨/୦୪(ବିଏମସି ଟିଭି ଓଡ଼ିଆ )
କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାସାରୁ ପ୍ରାଥମିକ ବିଦ୍ୟାଳୟରେ ଦିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏବିଇଓ ହେମନ୍ତ କୁମାର ନାୟକ ସଭାପତିତ୍ୱ କରିଥିଲାବେଳେ କୁଡୁମୁଲୁଗୁମ୍ମା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଦିଲ୍ଲିପ କୁମାର ଓଝା,ଏବିଇଓ କୃପାସିନ୍ଧୁ ଆମ୍ବାଗୁଡିଆ, ଶିକ୍ଷକ ଦାମୋଦର ସାହୁ, ସମାଜସେବୀ ଆନନ୍ଦ ଚାରକୀ, ଦିବାକର ସୁନା, ଜ୍ୟୋତି ରଞ୍ଜନ ବେହେରା, ସିଆରସିସି ଚିତ୍ତରଞ୍ଜନ ସେଠୀ,ସିଆରସିସି କର୍ଣ ଭତରା, ତ୍ରିନାଥ ସଗରୀଆ, ମନ ପାଙ୍ଗୀ, ଭୀମ ଗୋଲରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମ୍ବୁ ଗୋଲରି ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ ଶିକ୍ଷକ ଉମା ଶଙ୍କର ଦାସ କରିଥିଲେ ଓ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ନେଲୁର ବୈଠକ ପରିଚାଳନା କରିଥିଲେ । କାର୍ଯ୍ୟକମ ଆରମ୍ଭରେ ବିଦ୍ୟାଳୟର କୁନି କୁନି ପିଲାମାନ ଏକ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ସର୍ବପ୍ରଥମେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନେଲୁର ବାର୍ଷିକ ବିବରଣୀ ପଠନ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଜିଲ୍ଲା ସ୍ତରରେ ଅର୍ଜିତ କୃତିତ୍ୱ ସମ୍ପର୍କରେ ଅବଗତ କରାଇଛନ୍ତି।

ମୁଖ୍ୟ ଅତିଥି ସୁଶ୍ରୀ ଗାୟତ୍ରୀ ଦେବୀ ନିଜର ଅଭିଭାଷଣରେ କହିଥିଲେ ଯେ ଏଭଳି ଏକ ଦୂର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ସହ ଭାରତର ବିଭିଧତା, ମହାପୁରୁଷଙ୍କ ଫଟୋଚିତ୍ର ପ୍ରଦର୍ଶନୀ, ପାରମ୍ପରିକ ଖାଦ୍ୟଶସ୍ୟ ର ପ୍ରଦର୍ଶନୀ, ଖେଳକୁଦ ରେ ପିଲାମାନଙ୍କ ଆଗ୍ରହ ବଢାଇବା ସହିତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ କୁ ଯଦି କେହି ଗୈ।ରବାନୀତ କରିଛନ୍ତି ସେ ହେଉଛନ୍ତି ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ନେଲୁର୍ ଯିଏକି ଅନେକ ବାର ପଞ୍ଚାୟତ ସ୍ତରରେ,ବ୍ଲକ ସ୍ତରରେ ଓ ଜିଲ୍ଲା ସ୍ତରରେ ସମ୍ମାନିତ ହେବାସହ କଣ୍ଟାସାରୁ ଗ୍ରାମର ନାମକୁ ବହୁତ ଉଚ୍ଚ ସ୍ତରକୁ ନେଇଛନ୍ତି, ସେ ଏହି ବିଶ୍ଵବିଦ୍ୟାଳୟର ଉଦାହରଣ ଦେଇ କହିଛନ୍ତି ଯେ ,ସେ କଣ୍ଠସାରୁ ଏମିତି ଏକ ଆଦର୍ଶ ବିଦ୍ୟାଳୟ ଯେଉଁଠି ଅଭିଭାବକ ଓ ଗ୍ରାମବାସୀମାନେ ସ୍ୱତପ୍ରବୃତ୍ତ ଭାବେ ବିଦ୍ୟାଳୟ ର ଯେକୋୖଣସି କାର୍ଯ୍ୟକ୍ରମ ରେ ସହଯୋଗ କରିଛନ୍ତି । ଏହାପରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟି ସଦସ୍ୟା ମାନଙ୍କ ସହିତ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।