ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ।

ନରସିଂହପୁର ; ତା-୨୯/୦୧(ବିଏମସି ଟିଭି ଓଡ଼ିଆ)

କାନପୁର ଥାନା ଅନ୍ତର୍ଗତ ଏକଡାଳ ଗ୍ରାମ ରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବଡ଼ମ୍ବା ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା , ମୁଖ୍ୟବକ୍ତା ଭାବେ ଏକଡାଳ ଗ୍ରା:ପ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଦଳେଇ , ସମ୍ମାନିତ ଅତିଥିଭାବେ ନରସିଂହପୁର ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ସାହୁ , ଚିତ୍ରସେନ ସାମଲ, ସୁନୀଲ କୁମାର ହୋତା, ରାମଚନ୍ଦ୍ର ମନ୍ତ୍ରୀ, ନିରଞ୍ଜନ କର,ମଞ୍ଚାସିନ ଅତିଥିଭାବେ ଯୋଗ ଦେଇଥିଲେ।

ଉକ୍ତ ଉତ୍ସବ ରେ ବିଜୟଲଷ୍ମୀ ଜେନା ଅଧ୍ୟାକ୍ଷତା କରିଥିଲେ। ଅନୁଷ୍ଠାନର ପରିଚାଳକ ସରୋଜ କୁମାର ବେହେରା ସଂଯୋଜନା କରିଥିଲେ। ଏଥିରେ ମାନସ କୁମାର ପଣ୍ଡା ନିରଞ୍ଜନ ବେହେରା,ସଲିଲ କୁମାର ରଣା ସାହାଯ୍ୟ ସହଯୋଗ କରିଥିଲେ।ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢୌକନ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଶେଷରେ ଅନୁଷ୍ଠାନର ଶିକ୍ଷୟତ୍ରୀ ଧନ୍ୟବାଦ ପ୍ରଦାନ କରିଥିଲେ।

ନରସିଂହପୁର ରୁ ବିଶ୍ବନାଥ ଜେନା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *